ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପାର୍ବଣର ଆଦ୍ୟପର୍ବ ଗଣେଶ ପୂଜା। ତେବେ ଏଥର କରୋନା କଟକଣା ପାଇଁ ଅଗ୍ରପୂଜ୍ୟଙ୍କ ପୂଜା ଫିକା ପଡିଛି । ନା ଅଛି ପୂଜାର ମାହୋଲ, ନା ସଜେଇ ହୋଇଛି ପୂଜା ମଣ୍ଡପ। ସାର୍ବଜନୀନ ପୂଜା ଉପରେ ପ୍ରଶାସନ ରୋକ ଲଗାଇବା ପରେ ନା ବିଶାଳ ମୂର୍ତ୍ତି ପାଇଁ ବରାଦ ଦିଆଯାଇଛି ନା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଅଗ୍ରୀମ ଦିଆଯାଇଛି।
କେବଳ ଘରୋଇ ଭାବେ ଓ ଅନୁଷ୍ଠାନ ଗୁଡିକରେ ପୂଜା କରିବାକୁ ଅନୁମତି ଦିଆଯାଇଥିବା ବେଳେ ଅଧିକ ଲୋକ ଏକାଠି ନ ହେବା ପାଇଁ ଦିଆଯାଇଛି କଡ଼ା ନିର୍ଦ୍ଦେଶ । ଚଳିତ ବର୍ଷ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରି ହେବ ଘରୋଇ ପୂଜା ।
ଏପଟେ ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ମଧ୍ୟ ଚଳିତ ବର୍ଷ ପୂଜା ମାହୋଲ ନାହିଁ । ସେହିପରି ତାଳଚେର, ପାରାଦୀପ, ଟୁଇନ୍ ସିଟି କୌଣସି ଜାଗାରେ ପୂଜା ପାଇଁ ଗହଳି ନାହିଁ। ଗଣେଶ ପୂଜାରେ ଦି ପଇସା ରୋଜଗାର କରିବା ପାଇଁ ବର୍ଷେ ହେଲା ଚାହିଁ ରହିଥିବା ମୂର୍ତ୍ତି କାରିଗର, ଟେଣ୍ଟ ବ୍ୟବସାୟୀ, ଫୁଲ ବ୍ୟବସାୟୀ ତଥା ବିଭିନ୍ନ ମେଲୋଡି ପାର୍ଟିଙ୍କ ରୋଜଗାର ଉପରେ ପଡ଼ିଛି କରୋନା ପ୍ରହାର। କରୋନା ଯୋଗୁ ଗଣେଶ ପୂଜା ଉପରେ ଅଙ୍କୁଶ ଲାଗିବା ଦ୍ୱାରା ପୂଜା ବଜାରକୁ ଏକ ବଡ଼ ଝଟକା ଲାଗିଥିବା ଆକଳନ କରାଯାଉଛି।
The post କରୋନା ଛଡ଼ାଇ ନେଲା ପୂଜା ମାହୋଲ, ଫିକା ପଡ଼ିଲା ଅଗ୍ରପୂଜ୍ୟଙ୍କ ପୂଜା appeared first on Odisha Reporter.
from Odisha Reporter https://ift.tt/31ibuWm
No comments:
Post a Comment