ଭଦ୍ରକ(ପାର୍ଥ ସାରଥୀ ନାୟକ): ନ୍ୟାୟ ମିଳୁ ନ ଥିବା ଅଭିଯୋଗ କରି ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଭଦ୍ରକ ପୁରୁଣାବଜାର ଥାନା ସମ୍ମୁଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ସେକ ଫୟାଜ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଅଭିଯୋଗ ଅନୁଯାୟୀ, ପାରିବାରିକ କଳହକୁ ନେଇ ଫୟାଜଙ୍କ ନାଁରେ ଏତଲା ଦିଆଯାଇଥିଲା । ପରେ ଘଟଣାକୁ ନେଇ ଫୟାଜ ଥାନାରେ ନିଜ ପକ୍ଷ ରଖିଥିଲେ। ମାତ୍ର ଏହା ସତ୍ତ୍ୱେ ନ୍ୟାୟ ମିଳିନଥିବା ଅଭିଯୋଗ ନେଇ ସେ ଥାନାକୁ ଗତକାଲି ଯାଇଥିଲେ । ଥାନା ସମ୍ମୁଖରେ ବସିଥିବା ବେଳେ ସାଙ୍ଗରେ ଆଣିଥିବା ବୋତଲରୁ କିଛି ଦହନଶୀଳ ଜିନିଷ ନିଜ ଶରୀରରେ ପକାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୁଲିସ୍ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ଫୟାଜଙ୍କ ହାତ ଓ ଗୋଡ଼ର କେତେକ ଅଂଶ ପୋଡି ଯାଇଛି ।
ଫୟାଜଙ୍କୁ କୁହାଯାଇଥିଲା ବସିବା ପାଇଁ ହେଲେ ସେ ହଠାତ ରାଗିଯାଇ ଏପରି କାଣ୍ଡ ଭିଆଇଥିବା କହିଛି ପୁଲିସ୍ ।
The post ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Odisha Reporter.
from Odisha Reporter https://ift.tt/2Qc7UH6
No comments:
Post a Comment