ମୁମ୍ବାଇ: ରିଆଲିଟି ଶୋ’ ‘ଖତ୍ରୋଂ କି ଖିଲାଡୀ, ମେଡ୍ ଇନ୍ ଇଣ୍ଡିଆ’ର ବିଜୟିନୀ ହୋଇଛନ୍ତି ଟେଲି ଅଭିନେତ୍ରୀ ନିଆ ଶର୍ମା। ଗତ ରବିବାର ଦିନ ଫିନାଲେ ରାଉଣ୍ଡରେ ନିଆ ଏହି ଟାଇଟେଲ୍ ହାତେଇଛନ୍ତି। ଟପ୍-୩ରେ ଥିବା ଅନ୍ୟ ଦୁଇ ପ୍ରତିଯୋଗୀ ଜସ୍ମିନ୍ ଭସିନ୍ ଏବଂ କରନ୍ ବାହିଙ୍କୁ ହରାଇ ନିଆ ଫାଇନାଲ୍ ଷ୍ଟଣ୍ଟ ଜିତିଥିଲେ।
ଟାଇଟଲ୍ ଜିତିବା ପରେ ନିଆ ଏହି ରିଆଲିଟି ଶୋ’ର ଅନୁଭୂତି ବଖାଣିଥିଲେ। ସେ କହିଥିଲେ ଯେ ଶୋ’ର ଆରମ୍ଭରୁ ଷ୍ଟଣ୍ଟ କରିବାକୁ ତାଙ୍କୁ ବହୁତ ମଜା ଲାଗୁଥିଲା। ଆଉ ଶୋ’ ଆଗକୁ ବଢ଼ିବା ସହିତ ଟାଇଟଲ୍ ଜିତିବା ତାଙ୍କର ଏକମାତ୍ର ଲକ୍ଷ୍ୟ ହୋଇଯାଇଥିଲା।
ନିଆ ଏହି ବିଜୟର ସେଲିବ୍ରେସନ୍ କରିଛନ୍ତି। ପରିବାର ଲୋକଙ୍କ ସହ ସେ କେକ୍ କାଟିଛନ୍ତି। ଆଉ ଏହି ଖୁସି ମୁହୂର୍ତ୍ତର ଫଟୋ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ମଧ୍ୟ ଶେଆର କରିଛନ୍ତି।
ଚାମ୍ପିଅନ୍ ଟ୍ରଫିର ଫଟୋ ଶେଆର କରି ନିଆ ଲେଖିଛନ୍ତି, ଶେଷରେ ‘ଖତରୋଂ କେ ଖିଲାଡି ମେଡ୍ ଇନ୍ ଇଣ୍ଡିଆ’ ଜିତିଗଲି। ମୋତେ ଏବେ ସୁନ୍ଦର ସୁଯୋଗଟିଏ ଦେଇଥିବାରୁ କଲର୍ସ ଚ୍ୟାନେଲ୍କୁ ଧନ୍ୟବାଦ। ରୋହିତ୍ ଶେଟ୍ଟୀ, ସତରେ ଆପଣ ମୋ ଗୁରୁ।’
ଏହି ସଫଳତା ପାଇଁ ନିଆଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଟେଲି କଳାକାର ସୁର୍ଭି ଜ୍ୟୋତି, କ୍ରିଷ୍ଟଲ୍ ଡି’ସୌଜା, ଅନୀତା ହଂସନନ୍ଦାନି, ରବି ଦୁବେ ଓ ଜସ୍ମିନ୍ କୌରଙ୍କ ସମେତ ଅନେକ କଳାକାର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଆଗକୁ ନିଆ ‘ବିଗ୍ ବସ୍-୧୪’ରେ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି। ଗତ କିଛି ବର୍ଷ ହେବ ‘ବିଗ୍ ବସ୍’ ନିର୍ମାତା ନିଆକୁ ଏହି ରିଆଲିଟି ଶୋ’ରେ ଭାଗ ନେବାକୁ ପ୍ରସ୍ତାବ ଦେଉଥିଲେ। କିନ୍ତୁ ନିଆ କୌଣସି ଥର ରାଜି ହୋଇ ନଥିଲେ। କିନ୍ତୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏଥର ସେ ନିର୍ମାତାଙ୍କୁ ନିରାଶ କରି ନାହାନ୍ତି।
The post ବାଜି ମାରିନେଲେ ନିଆ appeared first on Odisha Reporter.
from Odisha Reporter https://ift.tt/2Ge6ief
No comments:
Post a Comment