ଜାଣନ୍ତୁ, ଧନିଆ ପାଣିର କରାମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ଜାଣନ୍ତୁ, ଧନିଆ ପାଣିର କରାମତି

ରୀରର ଓଜନ ହ୍ରାସ ପାଇଁ ଅନେକ ସମୟରେ ଆପଣ ଇଚ୍ଛା ନଥିଲେ ମଧ୍ୟ ଷ୍ଟ୍ରିକ୍ଟ‌ ଡାଏଟ୍‌ ଫଲୋ କରିଥା’ନ୍ତି। ଯଦି ନିଜ ଓଜନକୁ ନେଇ ଆପଣ ଚିନ୍ତାରେ ରହିଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଲଗା କିଛି କରିବାକୁ ପଡ଼ିବ ନାହିଁ।  ଆପଣଙ୍କ ରୋଷେଇ ଘରେ ହିଁ ଏହାର ସମାଧାନ ରହିଛି।

ସମସ୍ତଙ୍କ ରୋଷେଇ ଘରେ ଧନିଆ ଥାଏ। ଆଉ ଏହି ଧନିଆକୁ ଆପଣ ଓଜନ କମାଇବା ପାଇଁ ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କଲେ ହଜମ ପ୍ରକ୍ରିୟା ଠିକ୍‌ ରହିବା ସହିତ ଶରୀରରେ ମେଟାବୋଲିଜିମ୍‌ ବଢ଼ିଥାଏ। ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବା ପାଇଁ ଧନିଆକୁ କିପରି ବ୍ୟବହାର କରିବେ।

ଓଜନ ହ୍ରାସ ପାଇଁ ଆପଣ ଧନିଆ ପାଣି ପିଅନ୍ତୁ। ଏହି ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ଚାମଚ ଧନିଆ ମଞ୍ଜି ନିଅନ୍ତୁ ଏବଂ ଗୋଟିଏ ଗ୍ଲାସ ପାଣିରେ ଏହାକୁ ଭିଜାଇ ଦିଅନ୍ତୁ। ସକାଳେ ଧନିଆ ମଞ୍ଜିକୁ ପାଣିରୁ ଛାଣି ଖାଲି ପେଟରେ ପିଅନ୍ତୁ। ସେହିପରି ଭିଜା ଧନିଆ ମଞ୍ଜିକୁ ନଫିଙ୍ଗି ରୋଷେଇରେ ବ୍ୟବହାର କରନ୍ତୁ।

ଧନିଆ ପାଣିରୁ ଏସବୁ ଲାଭ ମିଳିଥାଏ

୧. ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ଆପଣ ଅନେକ ଉପାୟ କରିଥାଉ। ହେଲେ ଧନିଆ ପାଣି ଆପଣଙ୍କ ଶରୀରରେ ସହଜରେ ଇମ୍ୟୁନିଟି ପାୱାରକୁ ବଢ଼ାଇଥାଏ।

୨. ଏହି ପାଣିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ରୀ-ରାଡିକାଲ୍ସ ବା ଖରାପ କୋଷ ପ୍ରସ୍ତୁତ ହେବାକୁ ଦେଇ ନଥାଏ। ଏଥିପାଇଁ ଆପଣଙ୍କର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ହେବା ସହ ଓଜନ ହ୍ରାସ ହୋଇଥାଏ।

୩. ଯଦି ଆପଣଙ୍କ ହଜମ ଜନିତ ସମସ୍ୟା ରହିଛି, ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଧନିଆ ପାଣି ପିଅନ୍ତୁ। ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ।

୪. ଶରୀରରୁ ଟକ୍ସିନକୁ ବାହାର କରିବା ପାଇଁ ଧନିଆ ପାଣି ସାହାଯ୍ୟ କରିଥାଏ। ଗୋଟିଏ ଗ୍ଲାସ ଧନିଆ ପାଣି ପାକସ୍ଥଳୀକୁ ସୁସ୍ଥ ରଖିଥାଏ।

୫. ଓଭର୍‌ ଇଟିଙ୍ଗ ବା ଅତ୍ୟଧିକ ଖାଇବା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ। ଧନିଆ ପାଣି ଏହି ଓଭର ଇଟିଙ୍ଗର ସମସ୍ୟାକୁ ଦୂର କରିଥାଏ। ତେଣୁ ଆପଣଙ୍କ ଓଜନ ହ୍ରାସ ପାଇଥାଏ।

The post ଜାଣନ୍ତୁ, ଧନିଆ ପାଣିର କରାମତି appeared first on Odisha Reporter.



from Odisha Reporter https://ift.tt/2EQuIcS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages