ରିୟା ଓ ତାଙ୍କ ଭାଇ ଖୋଲିଛନ୍ତି ୨ଟି କମ୍ପାନୀ: ଇଡି କରିବ ଖୋଳତାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 1, 2020

ରିୟା ଓ ତାଙ୍କ ଭାଇ ଖୋଲିଛନ୍ତି ୨ଟି କମ୍ପାନୀ: ଇଡି କରିବ ଖୋଳତାଡ଼

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଯେଉଁ ୧୫ କୋଟି ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି, ତା’ର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରିବାର ସମ୍ଭାବନା ସୃଷ୍ଟି ହୋଇଛି। କିଛିଦିନ ମଧ୍ୟରେ ରିୟା ଓ ତାଙ୍କ ଭାଇଙ୍କୁ ସମନ ପଠାଇ ଇଡି ଯାଞ୍ଚ କରିବ ବୋଲି ଜଣା ପଡ଼ିଛି।

ସୂଚନା ମୁତାବକ ରିୟା ଓ ତାଙ୍କ ଭାଇ ଶୋବିକ୍ ଚକ୍ରବର୍ତ୍ତୀ ୨୦୧୯ ସେପ୍ଟେମ୍ବରରୁ ୨୦୨୦ ଭିତରେ ୨ଟି କମ୍ପାନୀ ଆରମ୍ଭ କରିଛନ୍ତି। ତେବେ ଇଡ଼ି ଏହି ଦୁଇଟିଯାକ କମ୍ପାନୀର ସମ୍ପୂର୍ଣ୍ଣ ଯାଞ୍ଚ କରିବ। କମ୍ପାନୀରୁ ହୋଇଥିବା ସମସ୍ତ ଟ୍ରାଞ୍ଜାକ୍ସନର ଖୋଳତାଡ଼ କରିବା ସହ ରିୟା ଓ ତାଙ୍କ ପରିବରର ସମସ୍ତ ସଦସ୍ୟଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇପାରେ। ତେବେ ଏହାର କାରଣ ହେଉଛି, ଇଡ଼ି ସନ୍ଦେହ କରୁଛି ଯେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ବାହାର କରାଯ଼ାଇ କୈଣସି ସେଲ୍ କମ୍ପାନୀରେ ନିବେଶ କରାଯାଇଛି। ତେବେ ଏସବୁ ବ୍ୟତୀତ ୨୦୧୮ରେ ସୁଶାନ୍ତ InnsEi Ventures ନାମରେ ନିଜର ଏକ କମ୍ପାନୀ ଖୋଲିଥିଲେ। ତେବେ ଏହି କମ୍ପାନୀର ସମସ୍ତ ରେକର୍ଡ଼ ମଧ୍ୟ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଆକାଉଣ୍ଟରୁ 15 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରିୟା ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ବା ଟଙ୍କା ହେରଫେର ମାମଲା ରୁଜୁ କରିଛି। ଏହାପୂର୍ବରୁ ଗୁରୁବାର ଦିନ ଇଡି ପାଟନା ପୁଲିସରୁ ଏଫ୍‌ଆଇଆର୍ କପି ମାଗିଥିଲା।

The post ରିୟା ଓ ତାଙ୍କ ଭାଇ ଖୋଲିଛନ୍ତି ୨ଟି କମ୍ପାନୀ: ଇଡି କରିବ ଖୋଳତାଡ଼ appeared first on Odisha Reporter.



from Odisha Reporter https://ift.tt/3hZKkJo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages