ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୭ ପହଞ୍ଚି ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪ ଜଣ ଅଛନ୍ତି। ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚି ଯାଇଛି। ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
Regret to inform the demise of 10 Covid positive patients while under treatment in hospitals.
1. A 73-year old male of Sundargarh district who was also suffering from Diabetes, Hypertension, Ischemic Heart Disease & Chronic Obstructive Pulmonary Disease.
— H & FW Dept Odisha (@HFWOdisha) August 2, 2020
ସୁନ୍ଦରଗଡ଼ରେ ଜଣେ ୭୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ସହିତ ହାର୍ଟ ଓ ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ଥିଲେ।
କଳାହାଣ୍ଡିରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କର ମଧ୍ୟ ଅନ୍ୟ ରୋଗ ଥିଲା। ଯାଜପୁରରେ ଯେଉଁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବି ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।
ଗଞ୍ଜାମରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ୯୪ ବର୍ଷ ଓ ଅନ୍ୟ ଜଣଙ୍କୁ ୪୫ ବର୍ଷ ହୋଇଥିଲା। ସେହିପରି ମୃତ ଦୁଇ ପୁରୁଷଙ୍କୁ ୫୭ ବର୍ଷ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ବି ପୀଡ଼ିତ ଥିଲେ।
ଖୋର୍ଦ୍ଧା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଭୁବନେଶ୍ୱରର। ସେ ଜଣେ ମହିଳା। ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ଉଚ୍ଚ ରକ୍ତଚାପ ସହିତ ଅନ୍ୟ ସମସ୍ୟାରେ ବି ପୀଡ଼ିତ ଥିଲେ। ସେହିପରି ଅନ୍ୟ ଜଣେ ମୃତ ମହିଳାଙ୍କୁ ୬୦ ବର୍ଷ ହୋଇଥିଲା। ସେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍ନନୀ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ ପୁରୁଷଙ୍କୁ ୫୮ ବର୍ଷ ହୋଇଥିଲା ଏବଂ ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।
The post କରୋନା ପୁଣି ନେଲା ୧୦ ଜୀବନ appeared first on Odisha Reporter.
from Odisha Reporter https://ift.tt/31ctal4
No comments:
Post a Comment