ଧର୍ମେନ୍ଦ୍ର ଓ ପୀୟୂଷଙ୍କୁ ଟାର୍ଗେଟ୍ କଲେ ଗେହଲଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ଧର୍ମେନ୍ଦ୍ର ଓ ପୀୟୂଷଙ୍କୁ ଟାର୍ଗେଟ୍ କଲେ ଗେହଲଟ୍

ଜୟପୁର: ରାଜସ୍ଥାନରେ ପଲିଟିକାଲ ହାଇଡ୍ରାମା ଜାରି ରହିଛି। ଏହାସହ ରାଜନୈତିକ ବୟାନବାଜି ମଧ୍ୟ ଲାଗି ରହିଛି। ସଚିନ ପାଇଲଟ୍ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ରାଜନୀତି ଝଡ଼ ଦିନକୁ ଦିନ ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି ଏବଂ କଂଗ୍ରେସର ଗୃହ କଳିକୁ ପଦାରେ ପକାଇଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ନିଜ କ୍ଷମତା ବଜାୟ ରଖିବାକୁ ପ୍ରାଣ ପଣେ ଚେଷ୍ଟା ଜାରି ରଖିଛନ୍ତି। ଏପରିକି ସରକାର ବଞ୍ଚାଇବା ଲାଗି ଗେହଲଟ୍ ନିଜ ସମର୍ଥକ ବିଧାୟକମାନଙ୍କୁ ଜୟପୁର ଜୈସଲମେରକୁ ସ୍ଥାନାନ୍ତର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଟିମ୍ ପାଇଲଟ୍। ଏନେଇ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗେହଲଟ୍ ଅପିଲ୍ ମଧ୍ୟ କରିଛନ୍ତି। ରାଜସ୍ଥାନରେ ଚାଲିଥିବା ରାଜନୈତିକ ଘୋଡ଼ା ବେପାରକୁ ବନ୍ଦ କରିବାକୁ ମୋଦିଙ୍କୁ ଅପିଲ କରିଛନ୍ତି ଗେହଲଟ୍। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୀୟୂଷ ଗୋୟଲଙ୍କୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି।

ରାଜସ୍ଥାନରେ ଚାଲିଥିବା ପଲିଟିକାଲ ହାଇଭୋଲଟେଜ୍ ଡ୍ରାମା ପାଇଁ ସିଧାସଳଖ ବିଜେପିକୁ ଦାୟୀ କରୁଛନ୍ତି ଅଶୋକ ଗେହଲଟ୍। ଏନେଇ ସେ ମୋଦିଙ୍କୁ ଅପିଲ୍ କରି କହିଛନ୍ତି, ରାଜସ୍ଥାନରେ ଚାଲିଥିବା ତାମଶାକୁ ବନ୍ଦ କର। ଏହାସହ ଘୋଡ଼ା ବେପାର ପଛରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୀୟୂଷ ଗୋୟଲଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ସହ ଏହି ଦୁଇ ନେତା ଗୁପୁଚୁପ୍ ନୀତି ଆପଣାଇ ଘୋଡ଼ା ବେପାର ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।

ଗେହଲଟ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ଯେଉଁ ତାମଶା ଚାଲିଛି, ତାହାକୁ ବନ୍ଦ କରାଇବା ଉଚିତ୍। ଏଭଳି ବଡ଼ ଷଡ଼ଯନ୍ତ୍ରରେ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ସାମିଲ ଥିବା ଏବେ ପର୍ଦ୍ଦାଫାଶ ହୋଇସାରିଛି। ଏଣୁ ନୈତିକତା ଦୃଷ୍ଟିକୋଣରୁ ତାଙ୍କୁ ଇସ୍ତଫା ଦେଇଦେବା ଉଚିତ୍। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୀୟୂଷ ଗୋୟଲଙ୍କ ଭଳି ଅନେକ ହେଭିଓ୍ୱେଟ୍ ନେତା ଗୁପ୍ତ ଭାବରେ ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ଆମେ ଏସବୁ ଜାଣିସାରିଛୁ, କିନ୍ତୁ ଆମେ ବିଚଳିତ ନୁହଁ। ଆମେ କେବଳ ଗଣତନ୍ତ୍ର ପାଇଁ ଚିନ୍ତିତ ବୋଲି ଗେହଲଟ୍ ଅଭିଯୋଗ ଆଣି କହିଛନ୍ତି।

The post ଧର୍ମେନ୍ଦ୍ର ଓ ପୀୟୂଷଙ୍କୁ ଟାର୍ଗେଟ୍ କଲେ ଗେହଲଟ୍ appeared first on Odisha Reporter.



from Odisha Reporter https://ift.tt/39MtVVU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages