ଦିଅର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ଭାଉଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ଦିଅର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ଭାଉଜ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଦିଅର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ଭାଉଜ। ଏପରି ଏକ ଘଟଣା ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅସୁରବନ୍ଧ ଗାଁରେ ଘଟିଛି । ମୃତା ମହିଳା ହେଲେ ଅଭିମନ୍ୟୁ ମଲ୍ଲିକଙ୍କ ସ୍ତ୍ରୀ ଲିଲି ମଲ୍ଲିକ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରେ ଅଭିମନ୍ୟୁ ଖାଇ ସାରି ନିଜ ବିଲକୁ ଯାଇଥିଲେ। ଏହାର ଅଧାଘଣ୍ଟା ପରେ ଜଣେ ପଡ଼ୋଶୀ ସେଠାରେ ପହଞ୍ଚିଥିଲେ ଓ ତାଙ୍କ ସାନ ଭାଇ (ରବୀନ୍ଦ୍ର ମଲ୍ଲିକ) ତାଙ୍କ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦେଇଥିବା କହିଥିଲେ।

ଖବର ପାଇ ଅଭିମନ୍ୟୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସ୍ତ୍ରୀ ଚେତାଶୂନ୍ୟ ଏବଂ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥିସହ ରବୀନ୍ଦ୍ରଙ୍କ ହାତରେ ଏକ ରକ୍ତ ଲଗା ଟାଙ୍ଗିଆ ଥିବା ବେଳେ ସେ ଅନ୍ୟମାନଙ୍କୁ ଭୟଭୀତ କରି ରଖିଥିଲେ।  ଏହାପରେ ସଙ୍ଗେ ସଙ୍ଗେ ଅଭିମନ୍ୟୁ ପତ୍ନୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଥିଲା। ନିଜ ସାନ ଭାଇ ରବୀନ୍ଦ୍ର  ତାଙ୍କ ସ୍ତ୍ରୀ ଲିଲିଙ୍କୁ ହାଣି ହତ୍ୟା କରିଥିବା  ଅଭିମନ୍ୟୁ ପୁଲିସ୍‌ ସମ୍ମୁଖରେ କହିଥିଲେ। ପୁଲିସ୍‌ ରବୀନ୍ଦ୍ରଙ୍କୁ ଗିରଫ କରିଥିବା ଜଣାଯାଇଛି।

ହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି ପୂର୍ବ ଶତ୍ରୁତା ନ ଥିବା କହିଛନ୍ତି ଅଭିମନ୍ୟୁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଦିଅର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ଭାଉଜ appeared first on Odisha Reporter.



from Odisha Reporter https://ift.tt/3aRBpYd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages