ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଛରାର ଇଚ୍ଛାପୁର ଗାଁରେ ଗତକାଲି ରାତିରେ ବୋମାମାଡ଼ ହୋଇଛି। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରଷ ଥିବା ଜଣାପଡ଼ିଛି। ସେମାନଙ୍କୁ ଜଟଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଜଟଣୀ ବାଛରାର ଇଚ୍ଛାପୁର ଗାଁ ନିକଟରେ ମାଙ୍କଡ଼ା ପଥର ଖଣି ରହିଛି। ଏହି ଖଣିରୁ ପ୍ରତ୍ୟେକ ଦିନ ମାଙ୍କଡ଼ା ପଥର ଟ୍ରକରେ ଇଚ୍ଛାପୁର ଗାଁ ଦେଇ ବିଭିନ୍ନ ଆଡ଼କୁ ଯାଇଥାଏ। ଗାଁ ମଧ୍ୟ ଦେଇ ପଥର ଟ୍ରକ୍ ଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରନ୍ତି।
ଗତକାଲି କିଛି ପଥର ଟ୍ରକ୍କୁ ଅଟକାଇ ଗାଁ ଦେଇ ନ ଯିବାକୁ ଗ୍ରାମବାସୀ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ରାତିରେ ତିନି ଜଣ ଦୁର୍ବୃତ୍ତ ଆସି ଇଚ୍ଛାପୁର ଗାଁ ମଝିରେ ୬ଟି ବୋମାମାଡ଼ କରିଥିଲେ। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। କିଛି ବୋମା ଫୁଟିଥିବା ବେଳେ କିଛି ବୋମା ଫୁଟି ନଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରି ତଦନ୍ତ କରୁଛି।
The post ଗାଁ ମଝିରେ ଫୁଟିଲା ବୋମା appeared first on Odisha Reporter.
from Odisha Reporter https://ift.tt/3fyhDBZ
No comments:
Post a Comment