ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି ଜିଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 15, 2020

ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି ଜିଲ୍ଲା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ୪ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ମାଲକାନଗିରି ଜିଲ୍ଲା । ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, MV-୩୭ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ମାଲକାନଗିରିରୁ ଜୟପୁର, ବାଲିମେଳା, କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାରେ ଥିବା ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ ୪ରୁ ୫ ଫୁଟର ବନ୍ୟା ଜଳ ପ୍ରବାହିତ  ହେଉଛି । ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ଥିବା ବେଳେ କଚା ଘର ଭାଙ୍ଗି ଯାଇଛି।

ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହ ସେମାନଙ୍କୁ  ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ମଧ୍ୟ ବ୍ୟବସ୍ଥା  କରାଯାଉଛି।

ସୂଚନାଯୋଗ୍ୟ, ଗତକାଲି ସକାଳେ ଆନ୍ଧ୍ରରୁ ଏକ ମାଲ ବୋଝେଇ ଟ୍ରକ୍‌ ମାଲକାନଗିରି ଅଭିମୁଖେ ଯାଉଥିଲା।   ତେବେ କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁଥିବା ବେଳେ  ଟ୍ରକ୍‌ଟି ପୋଲ ଅତିକ୍ରମ କରୁଥିବା ଚେଷ୍ଟା କରି ନଦୀକୁ ଖସି ପଡ଼ିଲା। ଡ୍ରାଇଭର ଓ ହେଲପରଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

ଏହି ଘଟଣାର ଯେପରି ପୁନରାବୃତ୍ତି ହୋଇ ଯେପରି ଧନଜୀବନ ନଷ୍ଟ ନ ହୁଏ,  ସେଥି ନିମନ୍ତେ ପୁଲିସ୍‌ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଅଧିକ ପାଣି ପ୍ରବାହିତ ହେଉଥିବା ସ୍ଥାନରେ ରଶି ବାନ୍ଧି ଯାତାୟତ ବନ୍ଦ କରାଯାଇଥିବା ବେଳେ ପୁଲିସ୍‌ ମୁତୟନ କରାଯାଇଛି।

The post ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି ଜିଲ୍ଲା appeared first on Odisha Reporter.



from Odisha Reporter https://ift.tt/2Y035oH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages