ବାଜପେୟୀଙ୍କୁ ମନେ ପକାଇଲେ ମୋଦି; ଟ୍ୱିଟରରେ ପୋଷ୍ଟ କଲେ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 15, 2020

ବାଜପେୟୀଙ୍କୁ ମନେ ପକାଇଲେ ମୋଦି; ଟ୍ୱିଟରରେ ପୋଷ୍ଟ କଲେ ଭିଡିଓ

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଅଟଳ ବିହାରୀ ମେମୋରିଆଲ୍ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ବାଜପେୟୀଙ୍କୁ ମନେ ପକାଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ବାଜପେୟୀଙ୍କ କିଛି ଫଟୋ ଓ କିଛି ଭିଡିଓ ରହିଛି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱର ରହିଛି, ଯେଉଁଥିରେ ସେ ବାଜପେୟୀଙ୍କ ବିଷୟରେ କହୁଛନ୍ତି।

୧.୪୮ ମିନିଟ୍‌ର ଏହି ଭିଡିଓରେ ପ୍ରଥମେ ବାଜପେୟୀଙ୍କର ଏକ କବିତା ଶୁଣିବାକୁ ମିଳୁଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର ଶୁଣାଯାଉଛି। ସେ କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀଙ୍କ ଯୋଗଦାନକୁ ଦେଶ କେବେ ବି ଭୁଲି ପାରିବ ନାହିଁ। ତାଙ୍କ ନେତୃତ୍ୱରେ ଭାରତ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ହୋଇଥିଲା। ଦଳୀୟ ନେତା ଭାବେ ହେଉ ଅବା ସାଂସଦ, ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ହେଉ- ପ୍ରତ୍ୟେକ ଭୂମିକାରେ ଅଟଳ ବିହାର ବାଜପେୟୀ ଏକ ଆଦର୍ଶ ପ୍ରତିଷ୍ଠା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ଭାଷଣକୁ ନେଇ ଖୁବ୍ ଚର୍ଚ୍ଚା ହୁଏ। କିନ୍ତୁ ଭବିଷ୍ୟତରେ ଯଦି କେହି ଭଲ ଭାବେ ଅନୁଧ୍ୟାନ କରିବେ, ତା’ହେଲେ ଜାଣିପାରିବେ ଯେ ତାଙ୍କ ଭାଷଣରେ ଯେତିକି ଶକ୍ତି ଥିଲା ତା’ଠାରୁ ଅନେକ ଗୁଣା ଅଧିକ ଶକ୍ତି ସେ ମୌନ ରହିବାରେ ଥିଲା। ସେ ଜନସଭା ଗୁଡ଼ିକରେ ମଧ୍ୟ ଦୁଇ ଚାରି ପଦ କଥା କହିବା ପରେ ମୌନ ରହିଯାଉଥିଲେ। କିନ୍ତୁ ସେଥିରେ ବି ସେ ବାର୍ତ୍ତା ଦେଉଥିଲେ, ଯାହା ଜନସଭାର ଶେଷ ଧାଡ଼ିରେ ବସିଥିବା ଲୋକ ବି ବୁଝି ଯାଉଥିଲା।


ସୂଚନାଯୋଗ୍ୟ, ଗତକାଲି ୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ବାଜପେୟୀଙ୍କୁ ସ୍ମରଣ କରିଥିଲେ ଓ ସ୍ୱର୍ଣ୍ଣ ଚତୁର୍ଭୁଜ କଥା କହିଥିଲେ। ସ୍ୱର୍ଣ୍ଣ ଚତୁର୍ଭୁଜ ହାଇୱେ ପ୍ରୋଜେକ୍ଟ ବାଜପେୟୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା। ଆଉ ଏହା ସଫଳ ହୋଇଥିଲା ଓ ଏହାକୁ ନେଇ ସାରା ଦେଶ ଗର୍ବ କରେ।

The post ବାଜପେୟୀଙ୍କୁ ମନେ ପକାଇଲେ ମୋଦି; ଟ୍ୱିଟରରେ ପୋଷ୍ଟ କଲେ ଭିଡିଓ appeared first on Odisha Reporter.



from Odisha Reporter https://ift.tt/2Y33kPW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages