ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ପୁଣି ଜଣେ କେନ୍ଦ୍ରମନ୍ତ୍ରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ଜଳ ଶକ୍ତି ମିଶନ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ମୋ ଶରୀରରେ ଅସୁସ୍ଥତା ଅନୁଭବ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି। ଏବେ ଏହା ପଜିଟିଭ ଆସିଛି। ଡାକ୍ତରମାନଙ୍କ ପରାମର୍ଶକ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ତରଫରୁ ଆଇସୋଲେସନକୁ ଚାଲି ଯାଆନ୍ତୁ ଓ ନିଜର ପରୀକ୍ଷା କରାଇ ନିଅନ୍ତୁ। ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ ଓ ନିଜର ଧ୍ୟାନ ରଖନ୍ତୁ।”

ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବରିଷ୍ଠ କେନ୍ଦ୍ରମନ୍ତ୍ରୀ ବି କରୋନାରେ ଆକ୍ରାନ୍ତ ହୋଇଥିଲେ।

The post ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3aEbLWX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages