ସନ୍ଦିଗ୍ଧ ଆଇଏସ୍‌ଆଇଏସ୍ ସଦସ୍ୟ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ସନ୍ଦିଗ୍ଧ ଆଇଏସ୍‌ଆଇଏସ୍ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଜଣେ ସନ୍ଦିଗ୍ଧ ଆଇଏସ୍ଆଇଏସ୍ ସଦସ୍ୟକୁ ଗିରଫ କରିଛି ଦିଲ୍ଲୀ ପୁଲିସ୍। ଗତକାଲି ରାତିରେ ଅଳ୍ପ କିଛି ସମୟର ଗୁଳିବିନିୟମ ପରେ ପୁଲିସ୍ ତାକୁ ଗିରଫ କରିଛି। ତା’ ନାଁ ଅବୁ ୟୁସୁଫ। ତା’ଠାରୁ ଦୁଇଟି ଆଇଇଡି (Improvised Explosive Devices) ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି। ସେ ଆକ୍ରମଣ ଯୋଜନା ରଖିଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି।

ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍ ସେଲ୍ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଯାଇଥିଲା ଓ ଏକୁଟିଆ ଆକ୍ରମଣ କରିବା ଯୋଜନାରେ ରହିଥିଲା। ଏନେଇ ଅଧିକ ତଦନ୍ତ କରାଯାଉଛି।


ବେଙ୍ଗାଲୁରୁରେ କିଛି ଦିନ ତଳେ ଜଣେ ଡାକ୍ତରଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ସଂପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କ ନାଁ ରହମାନ (୨୮)। ତାଙ୍କୁ ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସୀ (ଏନ୍‌ଆଇଏ) ସୋମବାର ଦିନ ଗିରଫ କରିଥିଲା। ଏହା ପୂର୍ବରୁ ଆଇଏସ୍‌ଆଇଏସ୍ ଲିଙ୍କ୍ ଅଭିଯୋଗରେ ଗତ ମାର୍ଚ୍ଚ ମାସରେ ଦିଲ୍ଲୀରୁ ଏକ ଦମ୍ପତିଙ୍କୁ ମଧ୍ୟ ଏନ୍‌ଆଇଏ ଗିରଫ କରିଥିଲା।

The post ସନ୍ଦିଗ୍ଧ ଆଇଏସ୍‌ଆଇଏସ୍ ସଦସ୍ୟ ଗିରଫ appeared first on Odisha Reporter.



from Odisha Reporter https://ift.tt/3aN6Djp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages