ପୁଅର ପରୀକ୍ଷା ପାଇଁ ୧୦୫ କିମି ସାଇକେଲ ଚଲାଇଥିବା ବାପାଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ପୁଅର ପରୀକ୍ଷା ପାଇଁ ୧୦୫ କିମି ସାଇକେଲ ଚଲାଇଥିବା ବାପାଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ ଉପହାର

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି, ଯିଏ ନିଜ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୦୫ କିଲୋମିଟର ସାଇକେଲ ଚଳାଇ ଯାଇଥିଲେ। ମହିନ୍ଦ୍ରା ଟ୍ୱିଟ୍‌ କରି ପିଲାଟିର ସମସ୍ତ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି ସୂଚନା ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟ ଅନୁସାରେ,  ମଧ୍ୟପ୍ରଦେଶ ଧାର ଜିଲ୍ଲାରେ ଦିନମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଶୋଭାରାମ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଆଶିଷକୁ ୧୦୫ କିଲୋମିଟର ସାଇକେଲ ଚଳାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଥିଲେ, ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭାଇରାଲ୍‌ ହେବା ପରେ ଅନେକ ଲୋକ ଶୋଭାରାମଙ୍କ ସାହସିକତାକୁ ପ୍ରଶଂସା କରିଥିଲେ। ହେଲେ ଆନନ୍ଦ ମହିନ୍ଦ୍ରାଙ୍କ ନଜରରେ ଏ ଘଟଣା ପଡ଼ିବା ପରେ ଶୋଭାରାମଙ୍କ ପୁଅର ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏକ ଟ୍ୱିଟ୍‌ କରି ଆନନ୍ଦ ଲେଖିଛନ୍ତି, “ଏଭଳି ବାପାଙ୍କୁ ମୋର ନମସ୍କାର, ଇଏ ଜଣେ ହିରୋ, ଯିଏ ନିଜ ପୁଅର ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଛନ୍ତି। ଏପରି ସ୍ୱପ୍ନ ଦେଶକୁ ଆଗକୁ ନେବା ପାଇଁ ଇନ୍ଧନ ଯୋଗାଇଥାଏ। ଆମ ସଂସ୍ଥା ଆଶିଷର ଆଗାମୀ ପାଠପଢ଼ା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ। ଦୟାକରି, ଏହି ରିପୋର୍ଟକୁ ପ୍ରସ୍ତୁତ କରିଥିବା ସାମ୍ୱାଦିକଙ୍କୁ ଅନୁରୋଧ ଏମାନଙ୍କ କଣ୍ଟାକ୍ଟ ନମ୍ୱର ଦିଅନ୍ତୁ।”

ଆନନ୍ଦଙ୍କର ଏହି ଟ୍ୱିଟ୍‌ ପରେ ଚାରିଆଡ଼ୁ ତାଙ୍କୁ ପ୍ରଶଂସା କରାଯାଉଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟ୍ୱିଟ୍‌କୁ ୩୬ ହଜାରରୁ ଅଧିକ ଲାଇକ୍‌ ଓ ୫ ହଜାର ରିଟ୍ୱିଟ୍‌ ମିଳିସାରିଛି।

ସୂଚନାଯୋଗ୍ୟ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅସଫଳ ହୋଇଥିବା ଛାତ୍ରଙ୍କୁ ପାସ୍‌ କରାଇବାରେ ଏକ ମଉକା ଦେବା ପାଇଁ ମଧ୍ୟପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ ‘ରୁକ୍‌ ଜାନା ନେହିଁ’ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଶୋଭାରାମଙ୍କ ପୁଅ ଆଶିଷଙ୍କୁ ତିନୋଟି ବିଷୟରେ ପରୀକ୍ଷା ଦେବାର ଥିବାବେଳେ ପରୀକ୍ଷା କେନ୍ଦ୍ର ୧୦୫ କିିମି ଦୂରରେ ଥିଲା। କରୋନା ଲକଡାଉନ୍ ପାଇଁ ବସ୍‌, ଟ୍ରେନ ଚାଲୁ ନ ଥିବାରୁ ପୁଅକୁ ସାଇକେଲରେ ବସାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଶୋଭାରାମ ନିଷ୍ପତ୍ତି ନେଇଥିଲେ। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଶୋଭାରାମ ସାଇକେଲ ଚଳାଇବା ଆରମ୍ଭ କରିଥିଲେ ଏବଂ ସାଙ୍ଗରେ ଦୁଇଦିନର ଖାଇବା ମଧ୍ୟ ନେଇଥିଲେ। ପାଖାପାଖି ୭ ଘଣ୍ଟା ସାଇକେଲ୍‌ ଚଳାଇବା ପରେ ପରୀକ୍ଷାର ୧୫ ମିନିଟ୍‌ ଆଗରୁ ଆଶିଷ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।

The post ପୁଅର ପରୀକ୍ଷା ପାଇଁ ୧୦୫ କିମି ସାଇକେଲ ଚଲାଇଥିବା ବାପାଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ ଉପହାର appeared first on Odisha Reporter.



from Odisha Reporter https://ift.tt/31nHzfM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages