ବାପାଙ୍କୁ ମନେ ପକାଇଲେ ରାହୁଲ, ଲେଖିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ବାପାଙ୍କୁ ମନେ ପକାଇଲେ ରାହୁଲ, ଲେଖିଲେ ଏମିତି କଥା

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ୭୬ତମ ଜୟନ୍ତୀ। ଏହି ଅବସରରେ ତାଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କୁ ମନେ ପକାଇ ଏକ ଟ୍ୱିଟ୍ କରିଛନ୍ତି।

ରାହୁଲ ଲେଖିଛନ୍ତି, ‘ରାଜୀବ ଗାନ୍ଧି ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଥିଲେ। ସେ ନିଜ ସମୟ ଠାରୁ ବେଶ୍ ଆଗକୁ ଭାବୁଥିଲେ। କିନ୍ତୁ ଏସବୁ ବାଦ୍, ସେ ଜଣେ ସହାନୁଭୂତିଶୀଳ ଓ ସ୍ନେହୀ ମଣିଷ ଥିଲେ। ମୁଁ ବହୁତ ଭାଗ୍ୟବାନ ଯେ ସେ ମୋ ବାପା। ମୁଁ ଏଥିପାଇଁ ଗର୍ବିତ ମଧ୍ୟ। ଆମେ ତାଙ୍କ ଅଭାବ ଆଜି ଓ ପ୍ରତିଦିନ ଅନୁଭବ କରୁ।’


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଜନ୍ମଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।


ସବୁଠୁ କମ୍ ବୟସରେ ରାଜୀବ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ୪୦ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୪୪ ମସିହାରେ ଆଜିର ଦିନରେ ଜନ୍ମ ହୋଇଥିବା ରାଜୀବ ଗାନ୍ଧିଙ୍କୁ ୧୯୯୧ ମସିହା ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନୀ ରାଲିରେ ହତ୍ୟା କରାଯାଇଥିଲା। ଏଲ୍‌ଟିଟିଇ ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କରାଯାଇ ତାଙ୍କୁ ହତ୍ୟା କରାଯାଇଥିଲା।

The post ବାପାଙ୍କୁ ମନେ ପକାଇଲେ ରାହୁଲ, ଲେଖିଲେ ଏମିତି କଥା appeared first on Odisha Reporter.



from Odisha Reporter https://ift.tt/2Q85aL1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages