ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟରେ ଏହି ଟେଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଥିଲେ ଯେ ଆଗକୁ ରାଜ୍ୟରେ ଦୈନିକ ୧ ଲକ୍ଷ କରୋନା ଟେଷ୍ଟ କରାଯିବାକୁ ଯୋଜନା ରଖାଯାଇଛି। ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାର ଟେଷ୍ଟ ଦୈନିକ କରିବାକୁ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଥିଲେ।
The post ‘ରାଜ୍ୟରେ ୨୪ ଘଣ୍ଟାରେ ହେଲା ୪୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ’ appeared first on Odisha Reporter.
from Odisha Reporter https://ift.tt/2XSO6wv
No comments:
Post a Comment