୨୦୨୦ରେ ଏହି ସବୁ ଯୋଜନା ରଖିଥିଲେ ସୁଶାନ୍ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

୨୦୨୦ରେ ଏହି ସବୁ ଯୋଜନା ରଖିଥିଲେ ସୁଶାନ୍ତ !

ମୁମ୍ବାଇ: ଆସନ୍ତାକାଲି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ ମାସ ହୋଇଯିବ। କିନ୍ତୁ ଏବେବି ତାଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠିନି। ଆଉ ୟା ଭିତରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସେହିକ୍ରମରେ ତାଙ୍କର ବ୍ୟକ୍ତିଗତ ଡାଏରୀରେ ଥିବା କିଛି ଲେଖା ସାମ୍ନାକୁ ଆସିଛି। ଏହି ଲେଖା ୨୦୨୦ ବର୍ଷ ପାଇଁ ତାଙ୍କର ବ୍ଲୁ ପ୍ରିଣ୍ଟ ଥିଲା ବୋଲି କୁହାଯାଇପାରେ। ପ୍ରାୟ ୬ ପୃଷ୍ଠାରେ ସେ ଚଳିତ ବର୍ଷ ପାଇଁ ବିଭିନ୍ନ ଯୋଜନା ସଂପର୍କରେ ଲେଖିଥିଲେ।

ଏହି ୬ଟି ପୃଷ୍ଠା ମଧ୍ୟରୁ ପ୍ରଥମ ପୃଷ୍ଠାରେ ହଲିଉଡ୍ ଫିଲ୍ମରେ ଡେବ୍ୟୁ କଥା ଲେଖିଥିଲେ। ଏଥିରୁ ଜଣାପଡ଼ୁଛି, ସୁଶାନ୍ତ ହଲିଉଡ୍ ଫିଲ୍ମରେ ଅଭିନୟ କରିବା ପାଇଁ ଯୋଜନା କରିଥିଲେ। ଏହା ସହିତ ପ୍ରଡକ୍ସନ୍ ହାଉସ୍, କ୍ରିଏଟିଭ୍ କଣ୍ଟେଣ୍ଟ, ରାଇଟର୍ସ ଟିମ୍ ଓ ଷ୍ଟାର୍ଟ ଅପ୍ ଆଦି ବିଷୟରେ ଉଲ୍ଲେଖ ରହିଛି।

ସୁଶାନ୍ତ ଦ୍ୱିତୀୟ ପୃଷ୍ଠାରେ ପୁଞ୍ଜି ନିବେଶ କାମ କିଏ ଦେଖିବେ, ସେ କଥା ଲେଖିଛନ୍ତି। ଏହା ସହିତ ଲିଗାଲ୍ ଟିମ୍, ବିଦେଶର ସବୁଠୁ ଭଲ ଫିଲ୍ମ ଓ ଲେଖକମାନଙ୍କୁ ଖୋଜିବା କଥା ଲେଖାଯାଇଛି। ଆଉ ଏସବୁର ଦାୟିତ୍ୱ ସେ ତାଙ୍କ ଭଉଣୀ ପ୍ରିୟଙ୍କା ଉପରେ ନ୍ୟସ୍ତ କରିବାକୁ ଚାହୁଁଥିଲେ। କାରଣ ସେ ତାଙ୍କ ଉପରେ ଅଧିକ ନିର୍ଭର କରୁଥିଲେ।

ସୁଶାନ୍ତ ସିଂହ ରାଜପୁତ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ଯୋଜନା ମଧ୍ୟ ଥିଲେ ବୋଲି ତାଙ୍କ ଡାଏରୀରେ ରହିଥିବା ଲେଖାରୁ ଜଣାପଡ଼ିଛି। ସେହିପରି ସେ ନିଜ ଅଭିନୟ ଓ ଭାଷା ଉପରେ ଦକ୍ଷତାକୁ ବଢ଼ାଇବା ପାଇଁ ଚାହୁଁଥିଲେ ବୋଲି ଜଣାପଡ଼ିଛି।

The post ୨୦୨୦ରେ ଏହି ସବୁ ଯୋଜନା ରଖିଥିଲେ ସୁଶାନ୍ତ ! appeared first on Odisha Reporter.



from Odisha Reporter https://ift.tt/2PKYbaF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages