ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ୧୦ଟି ଟିପସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ୧୦ଟି ଟିପସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ମାଂସପେଶୀ ଠିକ୍‌ ଭାବରେ କାର୍ଯ୍ୟ ନକଲେ ଆପଣ ଦୁର୍ବଳ ହେବାକୁ ଲାଗିଥା’ନ୍ତି। ଶରୀରର ଅନ୍ୟ ସମସ୍ତ ମାଂସପେଶୀ ପରି ଆଖିର ମାଂସପେଶୀକୁ ମଧ୍ୟ ବ୍ୟାୟାମର ଆବଶ୍ୟକତା ପଡ଼ିଥାଏ। ଏହି ବ୍ୟାୟାମ ଦ୍ୱାରା ଆଖି ଠିକ୍ ଭାବରେ କାର୍ଯ୍ୟ କରିଥାଏ। ତେବେର ଆଖିର ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ଉପାୟ ଆପଣଇଥା’ନ୍ତି। ଆଜି ଆମେ ଆପଣଙ୍କୁ ଆଖି ସମ୍ପର୍କିତ କିଛି ଟିପସ୍‌ କହିବୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଆଖି ସୁସ୍ଥ ରହିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା ସେହି ଟିପସ୍‌ ଗୁଡ଼ିକ ବିଷୟରେ…

୧. ଆଖିକୁ ଆବଶ୍ୟକତାଠାରୁ ଅଧିକ ଚାପ ଦିଅନ୍ତୁ ନାହିଁ। ଯଦି ଅଧିକ ସମୟ ଧରି ମୋବାଇଲ୍‌, ଲ୍ୟାପଟପ୍‌ କିମ୍ୱା କମ୍ପ୍ୟୁଟର ସାମ୍ନାରେ କାର୍ଯ୍ୟ କରୁଛନ୍ତି, ତେବେ ପ୍ରତି ଘଣ୍ଟାଏ କିମ୍ୱା ଦୁଇ ଘଣ୍ଟାରେ ଆଖିକୁ ଦୁଇରୁ ତିନି ମିନିଟ୍‌ ବିଶ୍ରାମ ଦିଅନ୍ତୁ।

୨. ଆଖିକୁ ସୁସ୍ଥ ରଖିବା ପାଇଁ କିଛି ଏକ୍ସସରସାଇଜ୍‌ କରନ୍ତୁ। ଯେପରିକି ସବୁଜ ଗଛଲତାକୁ ଦିନକୁ ୧୦ରୁ ୧୫ ମିନିଟ୍‌ ଦେଖନ୍ତୁ।

୩. ଯଦି ଆପଣ ଚଷମା ଲଗାଉଛନ୍ତି, ତେବେ ଚଷମା କମ୍‌ ଲଗାଇବା ପାଇଁ ଚେଷ୍ଟା କରନ୍ତୁ। କେବଳ କାମ କରିବା ସମୟରେ ହିଁ ଚଷମା ବ୍ୟବହାର କରିବା ଭଲ।

୪. ଆଖିକୁ ଆସ୍ତେ ଆସ୍ତେ ଆଙ୍ଗୁଳିରେ ହାଲ୍‌କା ମସାଜ୍‌ କରନ୍ତୁ। ମନେରଖନ୍ତୁ ମସାଜ୍‌ କରିବା ସମୟରେ ଯେପରି ଆଖିକୁ ଯନ୍ତ୍ରଣା ନହୁଏ।

୫. ବାହାରକୁ ବୁଲିବାକୁ ଯିବା ସମୟରେ ଅଧିକ ଦୂର ପର୍ଯ୍ୟନ୍ତ କୌଣସି ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ ଅର୍ଥାତ୍‌ ଆପଣଙ୍କର ଦୃଷ୍ଟିଶକ୍ତି କେଉଁ ପର୍ଯ୍ୟନ୍ତ ଯାଇପାରୁଛି, ଜାଣିବାକୁ ଚେଷ୍ଟା କରନ୍ତୁ।

୬. ପ୍ରତିଦିନ ଗାଜର ଖାଆନ୍ତୁ କିମ୍ୱା ଏହାର ରସ ପିଅନ୍ତୁ। ଗାଜରରେ ଭିଟାମିନ୍‌ ଏ ପ୍ରଚୁର ମାତ୍ରାରେ ରହିଛି, ଯାହା ଆଖିକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ।

୭. ଯଦି ଆପଣଙ୍କ ଆଖି ଜଳାପୋଡ଼ା ହେଉଛି, ତେବେ ନିୟମିତ ଭାବରେ ଆଇଡ୍ରପ୍‌ ବ୍ୟବହାର କରିବା ପରିବର୍ତ୍ତେ ଏଲୋବେରା ଜୁସ୍‌ର ବ୍ୟବହାର ମଧ୍ୟ କରିପାରିବେ। ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଶ୍ଚିନ୍ତ ନିଅନ୍ତୁ।

୮. ଆଖିକୁ ଥକା ଲାଗିବା ପରି ଅନୁଭୂତ ହେଲେ, ହାଲ୍‌କା ଉଷୁମ ପାଣିରେ ଆଖିକୁ ଧୁଅନ୍ତୁ। ଏପରି କଲେ ଆଖିର ଥକାପଣ ଦୂର ହୋଇଥାଏ।

୯. ଶୋଇବାକୁ ଯିବାର ଦୁଇଘଣ୍ଟା ପୂର୍ବରୁ କମ୍ପ୍ୟୁଟର, ମୋବାଇଲ୍‌ ଓ ଟିଭି ଦେଖନ୍ତୁ ନାହିଁ।

୧୦. ଶେଷରେ ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିବା ପାଇଁ ଆପଣ ଏକ ଏକ୍ସସରସାଇଜ୍‌ ମଧ୍ୟ କରିପାରିବେ। ଏହି ଏକ୍ସସରସାଇଜ୍‌ କରିବା ପାଇଁ ପ୍ରଥମେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସନ୍ତୁ। ଏହାପରେ କୌଣସି ଛୋଟ ସ୍ତିର ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ ଏହି ସମୟରେ ଯେପରି ଆପଣଙ୍କର ଆଖି ପତା ନପଡ଼େ। ଏପରି ପାଖାପାଖି ୧୦ ମିନିଟ୍‌ କରିବା ପାଇଁ ଚେଷ୍ଟାକରନ୍ତୁ। ଏହାପରେ ଆଖିକୁ କିଛି ସମୟ ପାଇଁ ବନ୍ଦ କରିଦିଅନ୍ତୁ।

The post ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ୧୦ଟି ଟିପସ୍‌ appeared first on Odisha Reporter.



from Odisha Reporter https://ift.tt/32uWGTO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages