ରିୟାଙ୍କ ଅନୁରୋଧକୁ ଇଡିର ନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ରିୟାଙ୍କ ଅନୁରୋଧକୁ ଇଡିର ନା’

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହେବେ ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ତେବେ ତା’ପୂର୍ବରୁ ସେ କରିଥିବା ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି ଇଡି। ତାଙ୍କ ଆବେଦନ ଉପରେ ସୁପ୍ରିମ୍‌ କୋର୍ଟରେ ଶୁଣାଣିର କାରଣ ଦର୍ଶାଇ ରିୟା ଇଡି ସମ୍ମୁଖରେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ। କିନ୍ତୁ ଇଡି ତା ଜବାବରେ ନା’ କହିଛି।

ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ମୁମ୍ବାଇରେ ଇଡି ସମ୍ମୁଖରେ ହାଜର ହେବା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ କୁହାଯାଇଛି।  ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରରୁ ୧୫ କୋଟି ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇଥିବା ବାବଦରେ ତାଙ୍କୁ ପଚରାଉଚରା କରିବ ଇଡି। ବିହାର ପୁଲିସ୍ ନିକଟରେ ସୁଶାନ୍ତଙ୍କ ବାପା କେ.କେ ସିଂହ କରିଥିବା ଅଭିଯୋଗ ଆଧାରରେ ଇଡି ରିୟାଙ୍କୁ ପଚରାଉଚରା କରିବ।

ସୁଶାନ୍ତ ସିଂହ ରାଜପୁତଙ୍କ ଚାରୋଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ଦୁଇଟିରୁ ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଇଡି ସନ୍ଦେହ କରୁଛି।

ଅନ୍ୟପକ୍ଷରେ ବିହାରରେ ତାଙ୍କ ବିପକ୍ଷରେ ରୁଜୁ ହୋଇଥିବା ମାମଲାକୁ ମହାରାଷ୍ଟ୍ରକୁ ଟ୍ରାନ୍ସଫର କରିବାକୁ ରିୟା ଚକ୍ରବର୍ତ୍ତୀ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି। ଆଉ ୟା ମଧ୍ୟରେ ବିହାର ପୁଲିସ୍‌ର କେସ୍‌କୁ ସିବିଆଇକୁ ତଦନ୍ତ କରିବାକୁ କେନ୍ଦ୍ର ସରକାର ହସ୍ତାନ୍ତର କରି ସାରିଛନ୍ତି।

The post ରିୟାଙ୍କ ଅନୁରୋଧକୁ ଇଡିର ନା’ appeared first on Odisha Reporter.



from Odisha Reporter https://ift.tt/3a1teIm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages