ହଲିଉଡ୍ର ବ୍ଲାକେ ପ୍ୟାନ୍ଥର୍ ଆଉ ନାହାଁନ୍ତି। କୋଲନ୍ କ୍ୟାନସର୍ ଆକ୍ରାନ୍ତ ଥିବା ଲୋକପ୍ରିୟ ହଲିଉଡ୍ ଷ୍ଟାର ଚାଡ୍ୱିକ୍ ବୋସମ୍ୟାନ୍ ମାତ୍ର ୪୩ ବର୍ଷ ବୟସରେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ୪ ବର୍ଷ ହେଲା ସେ ଏହି ମାରାତ୍ମକ ରୋଗ ସହ ସଂଗ୍ରାମ କରୁଥିଲେ। ପ୍ରଥମେ ୨୦୧୬ରେ ସେ ଷ୍ଟେଜ୍ ଥ୍ରୀ କୋଲନ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ମୃତ୍ୟୁ ସମୟରେ ସେ ପତ୍ନୀ ଏବଂ ପରିବାର ସହ ଥିଲେ।
— Chadwick Boseman (@chadwickboseman) August 29, 2020
ଚାଡ୍ୱିକ୍ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି, “ଜଣେ ପ୍ରକୃତ ଯୋଦ୍ଧା, ଚାଡ୍ୱିକ୍ ନିଜ ସଂଘର୍ଷ ଭିତରେ ଆପଣଙ୍କୁ ଅନେକ ଏପରି ଫିଲ୍ମ ଆଣିଦେଇଛନ୍ତି, ଯାହାକୁ ଆପଣମାନେ ବହୁତ ଭଲପାଇବା ଦେଇଛନ୍ତି। ‘Marshall’ଠାରୁ ଆରମ୍ଭ କରି ‘Da 5 Bloods’ ପର୍ଯ୍ୟନ୍ତ, ଅଗଷ୍ଟ ୱିଲଶନ୍ଙ୍କର ‘Ma Rainey’s Black Bottom’ ଏବଂ ଆହୁରି ଅନେକ ଫିଲ୍ମ ସେ ନିଜର ଅଗଣିତ ଅସ୍ତ୍ରୋପଚାର ଏବଂ କେମୋଥେରାପି ସମୟରେ ଶୁଟିଂ କରିଥିଲେ।’ ‘ବ୍ଲାକ୍ ପାନ୍ଥର’ରେ କିଙ୍ଗ ଟି’ଚାଲାଙ୍କ ଚରିତ୍ରକୁ ଜୀବନ୍ତ କରିବା ତାଙ୍କ କ୍ୟାରିୟରର ସବୁଠୁ ଗର୍ବର ବିଷୟ ଥିଲା।”
ସୂଚନାଯୋଗ୍ୟ, ଚାଡ୍ୱିକ୍ ’42’ ଏବଂ ‘Get on Up’ ଭଳି ଚଳଚ୍ଚିତ୍ରରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଏହା ପରେ ସେ ୨୦୧୮ରେ ‘ମାର୍ଭଲ ସିନେମାଟିକ୍ ୟୁନିଭର୍ସ’ର ସୁପରହିଟ୍ ଫିଲ୍ମ ‘ବ୍ଲାକ୍ ପାନ୍ଥର୍’ରେ ‘ଟି-ଚାଲା/ବ୍ଲାକ୍ ପାନ୍ଥର୍’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଫିଲ୍ମଟି ସାରା ବିଶ୍ୱରେ 1.3 ବିଲିୟନ ଡଲାରରୁ ଅଧିକ ଆୟ କରିଥିଲା। ଏହା ପରେ ସେ ଏହି ରୋଲ୍କୁ ବ୍ଲକବଷ୍ଟର ଫିଲ୍ମ ‘Avengers: Infinity War’ ଏବଂ ‘Avengers: Endgame’ରେ ମଧ୍ୟ କରିଥିଲେ। ଚାଡ୍ୱିକ୍ଙ୍କ ଶେଷ ଫିଲ୍ମ ‘Da 5 Bloods’ ଚଳିତ ବର୍ଷ ଜୁନ୍ରେ ରିଲିଜ୍ ହୋଇଥିଲା।
The post ପରଲୋକରେ ହଲିଉଡ୍ର ‘ବ୍ଲାକ୍ ପ୍ୟାନ୍ଥର୍’ appeared first on Odisha Reporter.
from Odisha Reporter https://ift.tt/3lqi2dI
No comments:
Post a Comment