ଯାଜପୁର(ଗୁଲାମ ଗସ୍): ବ୍ରାହ୍ମଣୀ ନଦୀରେ ବନ୍ୟା ବିଭୀଷିକା ଦେଖାଦେଇଛି। ଗତକାଲି ଯାଜପୁର ଜିଲ୍ଲାର ବରୀ ଓ ରସୁଲପୁର ବ୍ଲକରେ ପାଖାପାଖି ୧୫ଟି ଘାଇ ସୃଷ୍ଟି ହୋଇଥିଲା। ହେଲେ ଗତକାଲି ରାତିରେ ବ୍ରାହ୍ମଣୀର ଶାଖା କେଲୁଅ ନଦୀର ଧର୍ମଶାଳା-କଦମପାଳକୁ ସଂଯୋଗ କରୁଥିବା ନଦୀ ବନ୍ଧର ରମାପୁର ଠାରେ ଏବଂ ଦେଓଦା ପଞ୍ଚାୟତର ବାସୁଦେବପୁର ଠାରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ଏହିପରି ଜିଲ୍ଲାରେ ମୋଟ ୨୬ଟି ଘାଇ ହୋଇଛି। ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ୧୩୦ ଗ୍ରାମପଞ୍ଚାୟତର ୫୫୦ ଗାଁର ୪ ଲକ୍ଷ ୫୦ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୨୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଘାଇ ସୃଷ୍ଟି ହେବ ଦ୍ୱାରା ଧର୍ମଶାଳା ବ୍ଲକର ଅରେଇକଣା, ପଟୁନିଆ, କଦମପାଳ, ଉତ୍ତରପ୍ରତାପ, ମଙ୍ଗଳପୁର, ଦେଓଦା ଆଦି ପଞ୍ଚାୟତ ବିଶେଷ ଭାବରେ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ହ୍ରାସ ପାଉଥିବା ବେଳେ ଜେନାପୁର ଠାରେ ଏବେ ବି ବିପଦ ସଙ୍କେତର ୩ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।
The post ବ୍ରାହ୍ମଣୀ ନଦୀରେ ବନ୍ୟା ବିଭୀଷିକା, ଯାଜପୁର ଜିଲ୍ଲାର ୫୫୦ ଗାଁ ପ୍ରଭାବିତ appeared first on Odisha Reporter.
from Odisha Reporter https://ift.tt/3hFyuEG
No comments:
Post a Comment