ଦିଶପୁର: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ଗୋଗୋଇ ଅବସର ଗ୍ରହଣ କରିବା ପରେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଶନିବାର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇ ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ କହିଛନ୍ତି, ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି।
ତରୁଣ ଗୋଗୋଇ ଏଭଳି ମତ ଦେବାର ତାତ୍ପର୍ଯ୍ୟ କହିବାକୁ ଯାଇ କହିଛନ୍ତି, ଯଦି ଜଣେ ପୂର୍ବତନ ବିଚାରପତି ରାଜ୍ୟସଭା ଯାଇ ପାରୁଛନ୍ତି ତା’ହେଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଏଭଳି ହେବା ପଛରେ ସବୁ ରାଜନୀତି। ଅଯୋଧ୍ୟା ରାମ ମନ୍ଦିର ମାମଲାରେ ରଞ୍ଜନ ଗୋଗୋଇଙ୍କ ନିଷ୍ପତ୍ତି ବିଜେପିକୁ ସୁହାଇଛି। ତେଣୁ ସେ ସେ ରାଜ୍ୟସଭାକୁ ଯାଇ ରାଜନୀତିରେ ପ୍ରବେଶ କରିଛନ୍ତି।
ତରୁଣ ଗୋଗୋଇ କହିଛନ୍ତି ଯେ ରଞ୍ଜନ ଗୋଗୋଇ ରାଜ୍ୟସଭା ସଦସ୍ୟତାକୁ କାହିଁକି ପ୍ରତ୍ୟାଖ୍ୟାନ କଲେ ନାହିଁ? ସେ ହ୍ୟୁମାନ ରାଇଟସ କମିଶନ କିମ୍ବା ଅନ୍ୟ କେଉଁ ସଂଗଠନର ଚେୟାରମ୍ୟାନ୍ ହୋଇପାରିଥାନ୍ତେ ହେଲେ ତାଙ୍କର ରାଜନୀତିକ ଅଭିଳାଷ ରହି ଥିବାରୁ ସେ ରାଜ୍ୟସଭା ପଦବୀକୁ ଗ୍ରହଣ କରିଛନ୍ତି। ତେବେ ଏ ନେଇ ବିଜେପି କିମ୍ୱା ପୂର୍ବତନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ତେବେ ଏହି କଂଗ୍ରେସ ନେତା ସ୍ପଷ୍ଟ କରିଛନ୍ତି ଯେ, ସେ ଆଗାମୀ ଦିନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ। ମୁଁ ପରାମର୍ଶଦାତା ଭାବରେ କାମ କରିବାକୁ ଚାହୁଁଛି। କଂଗ୍ରେସରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଏହି ପଦବୀ ପାଇଁ ଦାୟିତ୍ୱ ଗ୍ରହଣ କରିପାରିବେ ବୋଲି ତୁରଣ ଗୋଗୋଇ କହିଛନ୍ତି।
ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF), ବାମପନ୍ଥୀ ତଥା ଆଞ୍ଚଳିକ ଦଳ ସହିତ ମିଶି ମହାମେଣ୍ଟ ତିଆରି କରିବାକୁ ଚେଷ୍ଟା କରାଯାଉଛି। ମେଣ୍ଟ ହେଲେ ବିଜେପିରୁ ନିର୍ବାଚନରେ ହରାଇବା ସହଜ ହେବ ବୋଲି ତୁରଣ ଗୋଗୋଇ କହିଛନ୍ତି।
The post ‘ଗୋଗୋଇ ହୋଇପାରନ୍ତି ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ appeared first on Odisha Reporter.
from Odisha Reporter https://ift.tt/2Yt0B2f
No comments:
Post a Comment