ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ରାଜନୀତି ଚାଲିଛି। ସମସ୍ତ ରାଜନୈତିକ ଦଳ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହାରି ଭିତରେ ବିଜେପି ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ସରିଛି। ଏହି ଭର୍ଚୁଆଲ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାମିଲ ଥିଲେ। ସେ କହିଛନ୍ତି, ବିହାରରେ ବିଜେପି, ଜେଡିୟୁ ଏବଂ ଏଲଜେପି ମିଳିତ ଭାବରେ ନିର୍ବାଚନ ଲଢ଼ିବ। ତେବେ ବିହାର ବିଧାନସଭା ନିର୍ବାଚନର ନେତୃତ୍ୱ ନୀତିଶ କୁମାର ନେବେ ବୋଲି ମଧ୍ୟ ନଡ୍ଡା ସ୍ପଷ୍ଟ କରିଛନ୍ତି।
ବିହାର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଯେତେଥର ବିଜେପି, ନୀତିଶ କୁମାର ଏବଂ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏକାଠି ହୋଇଛନ୍ତି, ଆମର ବିଜୟ ହୋଇଛି। ଆମେ ତିନି ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିବୁ। ବିଜେପି ସମେତ ଏନଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍ ଏବଂ ଲୋଜ ଜନଶକ୍ତି ପାର୍ଟି ମଧ୍ୟ ନିର୍ବାଚନରେ ବିଜୟୀ ହେଉ ବୋଲି କହିବା ସହ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ ବୋଲି ନଡ୍ଡା କହିଛନ୍ତି।
ବିରୋଧୀଙ୍କୁ କଟାକ୍ଷ କରି ନଡ଼୍ଡା କହିଛନ୍ତି ଯେ, ବିହାର ତଥା ସାରା ଦେଶରେ ବିରୋଧୀ ଦଳ ସମ୍ପୂର୍ଣ୍ଣ ସମାପ୍ତ ହୋଇସାରିଛି। ବିରୋଧୀ କେବଳ ସୁଖିଲା ରାଜନୀତି କରୁଛି ବୋଲି ସେ କହିଛନ୍ତି। ଏହାସହ ଛୋଟ ଛୋଟ ମିଟିଂ କରି ଡୋର୍-ଟୁ-ଡୋର୍ ନିର୍ବାଚନୀ ପ୍ରଚାର କରିବାକୁ ଦଳୀୟ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ନଡ୍ଡା। ସେ କହିଛନ୍ତି, ବିଜେପି ଏବଂ ନୀତିଶ କୁମାରଙ୍କ ଦ୍ୱାରା ନିଆଯାଇଥିବା ଜନହିତକାରୀ ପଦକ୍ଷେପଗୁଡ଼ିକ ଜନତା ଜନାର୍ଦ୍ଦନଙ୍କ ନିକଟରେ ପହଞ୍ଚିବା ଉଦ୍ଦେଶ୍ୟ ରହିଛି।
ନଡ୍ଡା ପୁଣି କହିଛନ୍ତି, ବିହାରରେ ଏବେ ଲକଡାଉନ ଲାଗୁ ରହିଛି। ଏଣୁ ସେପ୍ଟେମ୍ୱର 6 ପରେ ସେ ବିହାର ଗସ୍ତ କରିବେ। ସେ ଗୁରୁତ୍ୱାରୋପ କରି କହିଛନ୍ତି, ବିଜେପିକୁ ସମସ୍ତ ଶକ୍ତି ଖଟାଇ ନିଜ ସହଯୋଗୀ ଦଳକୁ ଜିତେଇବାକୁ ହେବ।
The post ନଡ୍ଡାଙ୍କ ବିଗୁଲ: ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲଜେପି appeared first on Odisha Reporter.
from Odisha Reporter https://ift.tt/32kB6RJ
No comments:
Post a Comment