ଆସିପାରିଲାନି ଆମ୍ବୁଲାନ୍ସ, ନଦୀ ପଠାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ଆସିପାରିଲାନି ଆମ୍ବୁଲାନ୍ସ, ନଦୀ ପଠାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ୱୁଲାନ୍ସ। ତେଣୁ ଜଣେ ପ୍ରସୂତିଙ୍କୁ ଖଟିଆରେ ବୋହି  ଆମ୍ୱୁଲାନ୍ସ ଅଟକି ଥିବା ସ୍ଥାନକୁ ନେଇଯାଉଥିଲେ ପରିବାର ଲୋକେ। ହେଲେ ବାଟରେ ନଦୀ ପଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ପ୍ରସୂତି। ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ  କିରାମ୍ୱ ଗାଁର।

ଗାଁର ବିନୋଦ ମୁଦିଲିଙ୍କ ସ୍ତ୍ରୀ ସୁରେଖା ଆଜି ସକାଳେ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଯାଇ ପାରି ନଥିଲା। ଗାଁଠାରୁ ୧ କିମି ଦୂରେ ଆମ୍ଲୁଲାନ୍ସ ଅଟକି ରହିଥିଲା ।

ଏହା ପରେ ପରିବାର ଲୋକେ ଏକ ଖଟିଆରେ ପ୍ରସୂତିଙ୍କୁ ବୋହି ଆମ୍ବୁଲାନ୍ସ ନିକଟକୁ ନେଉଥିଲେ। ହେଲେ ଯନ୍ତ୍ରଣା ଅଧିକ ହେବାରୁ ସେ ନଦୀପଠାରେ ହିଁ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ଆମ୍ୱୁଲାନ୍ସରେ ମାଆ ଓ ଛୁଆକୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

The post ଆସିପାରିଲାନି ଆମ୍ବୁଲାନ୍ସ, ନଦୀ ପଠାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି appeared first on Odisha Reporter.



from Odisha Reporter https://ift.tt/3hKoOsm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages