କାଲି ରାତିରେ ହୋଇଥିଲା ଝଗଡ଼ା, ଆଜି ମିଳିଲା ମହିଳାଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

କାଲି ରାତିରେ ହୋଇଥିଲା ଝଗଡ଼ା, ଆଜି ମିଳିଲା ମହିଳାଙ୍କ ମୃତଦେହ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡଝରା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ମହିଳାଜଣଙ୍କ ହେଲେ ସସ୍ମିତା ପ୍ରଧାନ। ସ୍ୱାମୀ ସୁରେଶ ନାଏକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ,  ପରଜଙ୍ଗ ଥାନା ଅନ୍ତର୍ଗତ ଡିହଡୋଳ ଗାଁର ସସ୍ମିତା ପ୍ରଧାନ ସାତ ବର୍ଷ ତଳେ ବଡଝରା ଗାଁର ସୁରେଶ ନାଏକକୁ ବିବାହ କରିଥିଲେ। ବିବାହର ସାତ ବର୍ଷ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ତାନସନ୍ତତି ନଥିଲା । ଏହାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିବା ସସ୍ମିତାଙ୍କ ବାପ ଘର ତରଫରୁ ଅଭିଯୋଗ ହୋଇଛି।

ଗତକାଲି ରାତିରେ କୌଣସି କଥାକୁ ନେଇ ସୁରେଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସୁରେଶ ରାଗିଯାଇ ସସ୍ମିତାଙ୍କୁ ମାଡ଼ ମାରିଥିଲେ। ଆଜି ସକାଳେ ସସ୍ମିତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନଥିବା ବେଳେ ସସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ବାପ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

The post କାଲି ରାତିରେ ହୋଇଥିଲା ଝଗଡ଼ା, ଆଜି ମିଳିଲା ମହିଳାଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/3gIxBtL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages