କାମାକ୍ଷାନଗର (ବିଦ୍ୟାଧର ବରାଳ): ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଜଳମଗ୍ନ ହୋଇଛି। କେଉଁଟି ପୋଲ ଭାସିଯାଇଛି ତ ଆଉ କେଉଁ କଲର୍ଭଟ। ସେହିଭଳି ଆଉ କେଉଁ ସ୍ଥାନରେ ରାସ୍ତାଉପରେ ପାଣି ଚାଲୁଛି ଓ ଘରଦ୍ୱାର ଭାଙ୍ଗିଯାଇଛି।
ଲଗାଣ ବର୍ଷା ଯୋଗୁ କାମାକ୍ଷାନଗରରୁ ଭୁବନ ଦେଇ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ସେହିପରି ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ଧନେଇ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାଦ୍ୱାରା କୁନିନ୍ଦା ପଞ୍ଚାୟତର ୪ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ପଞ୍ଚାୟତରେ ୫ରୁ ଅଧିକ କଚ୍ଚା ଘର ଭାଙ୍ଗିଯିବା ସହ ବଡ଼ ବଡ ଗଛ ଉପୁଡ଼ି ପଡିଛି। ଭୁବନ ବ୍ଲକର ନୟାନୀଳକଣ୍ଠପୁର କଲଭର୍ଟ ଭାସି ଯାଇ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି । ପୋଲଟି ଭାସିଯିବା ଫଳରେ ବାଲିବୋ ,ଗରୁଡବନ୍ଦି, ଅଂଳାଝରୀ ଓ କେଶରପୁର ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସବୁଠୁ ବଡ଼ କଥା ହେଉଛି, ଏହି ପୋଲଟି ବର୍ଷେ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ହୋଇଥିଲା ।
The post ବର୍ଷା କଲା ବେହାଲ; ଭୁଶୁଡ଼ିଲା ପୋଲ, ଭାଙ୍ଗିଗଲା ଘର appeared first on Odisha Reporter.
from Odisha Reporter https://ift.tt/3kOQIWn
No comments:
Post a Comment