ଭାରତରେ କରୋନା ଟିକା ବଣ୍ଟନ ପାଇଁ ଯୋଜନା ଶେଷ, କେବଳ ବୈଜ୍ଞାନିକଙ୍କୁ ଅପେକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 15, 2020

ଭାରତରେ କରୋନା ଟିକା ବଣ୍ଟନ ପାଇଁ ଯୋଜନା ଶେଷ, କେବଳ ବୈଜ୍ଞାନିକଙ୍କୁ ଅପେକ୍ଷା

ନୂଆଦିଲ୍ଲୀ: ମହମାରୀ କରୋନା ପାଇଁ ଭାରତରେ ବି ଟିକା ପ୍ରସ୍ତୁତ କରାଯାଉଛି। ୩ଟି କମ୍ପାନୀ କରୋନା ଟିକା ବାହାର କରିବା କାର୍ଯ୍ୟରେ ଲାଗିଛନ୍ତି। ଖୁବଶୀଘ୍ର କରୋନା ଟିକା ଭାରତରେ ଉପଲବ୍ଧ ହେବ। କରୋନା ଟିକା ମିଳିବା ପରେ ଏହାକୁ କେମିତି ଦେଶବାସୀଙ୍କୁ ବଣ୍ଟା ଯିବ ସେଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇ ସାରିଥିବା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି।

୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ମୋଦି କହିଛନ୍ତି, ଭାରତରେ ୩ଟି କରୋନା ଟିକାର ପରୀକ୍ଷା ଭିନ୍ନଭିନ୍ନ ପର୍ଯ୍ୟାୟରେ ରହିଛି। ଟିକା ଥରେ ଆସିଗଲେ ଏହାକୁ କେମିତି ଲୋକଙ୍କ ପାଖରେ ପହଞ୍ଚା ଯିବ ତା’ର ବ୍ୟବସ୍ଥା ସରକାର କରି ସାରିଛନ୍ତି। କେବଳ ବୈଜ୍ଞାନିକମାନେ ଟିକାକୁ ଗ୍ରୀନ ସିଗ୍ନାଲ ଦେଲେ ଏହାର ଉତ୍ପାଦନ ଆରମ୍ଭ କରାଯିବ।

ଉତ୍ପାଦନ ଆରମ୍ଭ ହେବା ପରେ ଏହାକୁ ଲୋକଙ୍କ ପାଖରେ ଖୁବ କମ ସମୟ ମଧ୍ୟରେ ପହଞ୍ଚାଇବାକୁ ସମସ୍ତ ବ୍ୟବସ୍ଥା ସରକାର ଏବେ ଠାରୁ କରି ସାରିଛନ୍ତି ବୋଲି ମୋଦି ସୂଚନା ଦେଇଛନ୍ତି।

The post ଭାରତରେ କରୋନା ଟିକା ବଣ୍ଟନ ପାଇଁ ଯୋଜନା ଶେଷ, କେବଳ ବୈଜ୍ଞାନିକଙ୍କୁ ଅପେକ୍ଷା appeared first on Odisha Reporter.



from Odisha Reporter https://ift.tt/2PRIFK0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages