ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ କ’ଣ? ସବୁ ଭାରତୀୟଙ୍କୁ ମିଳିବ ହେଲଥ ଆଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 15, 2020

ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ କ’ଣ? ସବୁ ଭାରତୀୟଙ୍କୁ ମିଳିବ ହେଲଥ ଆଇଡି

ନୂଆଦିଲ୍ଲୀ: ୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଡିଜିଟାଲ କାର୍ଯ୍ୟକୁ ଅଧିକ ତ୍ୱାରାନ୍ୱିତ କରିବା ପାଇଁ ମୋଦି ‘ନ୍ୟାଶନାଲ୍ ଡିଜିଟାଲ୍ ହେଲ୍‌ଥ ମିଶନ’ର ଘୋଷଣା କରିଛନ୍ତି।

ଏହି ଯୋଜନା ଅନୁସାରେ ପ୍ରତି ନାଗରିକଙ୍କୁ ସ୍ୱାସ୍ଥ୍ୟଗତ ପରିଚୟ ପତ୍ର ବା ହେଲଥ ଆଇଡି ପ୍ରଦାନ କରାଯିବ। ଏହି ଆଇଡି କାର୍ଡରେ ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଓ ଡାକ୍ତରଙ୍କ ସମସ୍ତ ପରାମର୍ଶ ଗୋଟିଏ ଆପ କିମ୍ବା ୱେବ ସାଇଟ ଦ୍ୱାରା ପରିଚାଳିତ ହେବ। ଏହି ତଥ୍ୟ କେବଳ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଗୋପନୀୟ ହୋଇ ରହିବ। ଆପ କିମ୍ବା ୱେବସାଇଟ୍‌ରେ ଥିବା ତଥ୍ୟ ଗୁଡ଼ିକ ସଂପୃକ୍ତ ବ୍ୟକ୍ତି ଚାହିଁଲେ ହିଁ ସେଗୁଡ଼ିକ ଅନ୍ୟ ଜଣେ ଡାକ୍ତର କିମ୍ବା ଆଉ କେହି ଦେଖିପାରିବେ।

ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ହେଲଥ ଆଇଡି ଦିଆଯିବ ଓ ସେମାନେ ଚାହିଁଲେ ଏହାକୁ ନିଜର ଆଧାର କାର୍ଡ ସହ ମଧ୍ୟ ଲିଙ୍କ କରିପାରିବେ। ତେବେ ଆଧାର ସହ ହେଲଥ ଆଇଡିର ଲିଙ୍କ ବାଧ୍ୟତାମୂଳକ ନୁହେଁ। ଏହି ଆଇଡି ରାଜ୍ୟ, ହସ୍ପିଟାଲ, ପ୍ୟାଥୋଲୋଜିକାଲ ଲ୍ୟାବ ଓ ଫାର୍ମା କମ୍ପାନୀରେ ବ୍ୟବହାର ହୋଇପାରିବ।

ସ୍ୱେଚ୍ଛାକୃତ ଭାବେ ହିଁ ଏହାକୁ ବ୍ୟବହାର କରାଯାଇ ପାରିବେ। ପରିଚୟ ପତ୍ରରେ ରହୁଥିବା ସମସ୍ତ ତଥ୍ୟ ଆପେଆପେ ସରକାରଙ୍କ କମ୍ୟୁନିଟି କ୍ଲାଉଡରେ ଷ୍ଟୋର ହୋଇଯିବ। ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ହିଁ ଏଗୁଡ଼ିକ ସୁରକ୍ଷିତ ଭାବେ ରଖାଯିବ। ଏହା ଏକ ଡିଜିଲକର ଭାବେ କାମ କରିବ, ଯେଉଁଥିରେ ସବୁ ଜରୁରୀ କାଗଜପତ୍ର ବୈଦ୍ୟୁତିକ ଫର୍ମାଟରେ ଷ୍ଟୋର ହୋଇଯିବ।

ଯଦି କୌଣସି ବ୍ୟକ୍ତି ସରକାରଙ୍କ କ୍ୟାଶ ଟ୍ରାନ୍ସଫର ସୁବିଧା ପାଉଛନ୍ତି ବା ପାଇବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କ କ୍ଷେତ୍ରରେ ହେଲଥ ଆଇଡି ସହ ଆଧାର ଲିଙ୍କ ବାଧ୍ୟତାମୂଳକ ହେବ। ଅନ୍ୟମାନେ ନିଜ ଇଚ୍ଛା ଅନୁସାରେ ଆଧାର ସହ ହେଲଥ ଆଇଡିକୁ ଲିଙ୍କ କରିପାରିବେ।

ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଦେଶରେ ଥିବା ସମସ୍ତ ଡାକ୍ତରଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ଏହି ନମ୍ବର ପଞ୍ଜୀକରଣ ନମ୍ବର ଠାରୁ ଭିନ୍ନ ରହିବ। ଜଣେ ଡାକ୍ତରଙ୍କୁ ନ୍ୟାଶନାଲ ମେଡିକାଲ କାଉନସିଲ ହିଁ ପଞ୍ଜୀକରଣ ନମ୍ବର ଦେଇଥାଆନ୍ତି।ୟ

ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ ଜରିଆରେ ସମସ୍ତ ଡାକ୍ତରଙ୍କୁ ଡିଜିଟାଲ ଦସ୍ତଖତ କରିବାର ସୁବିଧା ମିଳିବ। ଏହାଦ୍ୱାରା ସେମାନେ ଜଣେ ରୋଗୀଙ୍କ ପାଇଁ ପ୍ରେସକ୍ରିପସନ ଲେଖି ପାରିବେ। ଭାରତରେ ଡିଜିଟାଲ ଦସ୍ତଖତ ତିଆରି କରିବା ପାଇଁ ଫିସ ଦେବାକୁ ପଡ଼ିଥାଏ। କିନ୍ତୁ ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ ଜରିଆରେ ଏହାକୁ ବ୍ୟବହାର କରୁଥିବା ଲୋକ କିମ୍ବା ଡାକ୍ତରଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।

ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ ଜରିଆରେ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଜନ୍ମ ଠାରୁ ଆରମ୍ଭ କରି ସର୍ଜରୀ ଓ ଲ୍ୟାବ ଟେଷ୍ଟର ସମସ୍ତ ତଥ୍ୟ ଉଲ୍ଲେଖ କରାଯିବ। ସ୍ୱାସ୍ଥ୍ୟସେବା ଓ ଔଷଧ ପାଇଁ ଏହି କାର୍ଡକୁ ବ୍ୟବହାର କରାଯାଇପାରିବ। ଡାକ୍ତରଖାନାକୁ ଯିବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଓ ଔଷଧ ସେବନ କରିବା ଆଦିର ତଥ୍ୟ ହେଲ୍‌ଥ କାର୍ଡ ପ୍ରୋଫାଇଲ୍‌ରେ ରହିବ।

ଏହି ରେକର୍ଡ ଜରିଆରେ ଏକ କନସେଣ୍ଟ ମ୍ୟାନେଜର କାମ କରିବ। ଏହା ଅଧୀନରେ ଜଣେ ଡାକ୍ତର ବି ଯଦି ରୋଗୀଙ୍କ ତଥ୍ୟ ଜାଣିବାକୁ ଚାହାନ୍ତି, ତା’ହେଲେ ପ୍ରଥମେ ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ଗୋଟିଏ ମେସେଜ ଯିବ। ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଜଣେ ବ୍ୟକ୍ତି କିମ୍ବା ରୋଗୀ ଯେଉଁ ପର୍ଯ୍ୟନ୍ତ ଅନୁମତି ଦେବେ ନାହିଁ ସେ ଯାଏ ସରକାର ମଧ୍ୟ ତାଙ୍କର ତଥ୍ୟ ଦେଖି ପାରିବେ ନାହିଁ।

‘ନ୍ୟାଶନାଲ୍ ଡିଜିଟାଲ୍ ହେଲ୍‌ଥ ମିଶନ (ଏନ୍‌ଡିଏଚ୍‌ଏମ୍‌)’ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍‌ଜେଏୱାଇ) ଅଧୀନରେ କାର୍ଯ୍ୟ କରିବ ଏବଂ ଏହା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଦକ୍ଷତା ଓ ସ୍ୱଚ୍ଛତା ଆଦିରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

The post ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ କ’ଣ? ସବୁ ଭାରତୀୟଙ୍କୁ ମିଳିବ ହେଲଥ ଆଇଡି appeared first on Odisha Reporter.



from Odisha Reporter https://ift.tt/3gUhXfH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages