ପ୍ରଶାନ୍ତ ଭୂଷଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ପ୍ରଶାନ୍ତ ଭୂଷଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଆଜି ଝଟକା ଲାଗିଛି। ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କୁ କେଉଁ ଦଣ୍ଡ ମିଳିବ, ସେ ବିଷୟରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ।

ତେବେ ଏହା ପୂର୍ବରୁ ଅଲଗା ବେଞ୍ଚକୁ ମାମଲାକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାନ୍ତ ଭୂଷଣ ଆବେଦନ କରିଥିଲେ। ହେଲେ ଯେଉଁ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ସେହି ଖଣ୍ଡପୀଠ ହିଁ ଦଣ୍ଡବିଧାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଆପଣ ସବୁ ପ୍ରକାରର ରିଭ୍ୟୁ ବ୍ୟବସ୍ଥା ଆପଣାଇ ନାହାନ୍ତି, ସେ ଯାଏ କୌଣସି ପ୍ରକାରର ଦଣ୍ଡବିଧାନ କାର୍ଯ୍ୟକାରୀ ହେବନି। ଏହି ଖଣ୍ଡପୀଠରେ ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ କେ ମୁରାରୀ ମଧ୍ୟ ରହିଛନ୍ତି।

ଭୂଷଣ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ସ୍ମରଣ କରି କହିଛନ୍ତି, ମୁଁ ମୋର ଦୁଇଟି ଟ୍ୱିଟ ପାଇଁ କ୍ଷମା ମାଗିବି ନାହିଁ। ଏବେ ସୁପ୍ରିମକୋର୍ଟ ଯେଉଁ ଦଣ୍ଡବିଧାନ କରିବେ, ତା’କୁ ଆଦର ସହ ଗ୍ରହଣ କରିନେବି।

ସୂଚନାଯୋଗ୍ୟ, ଭୂଷଣ ନିକଟରେ ଟ୍ୱିଟ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ନ୍ୟାୟପାଳିକାକୁ ଆକ୍ଷେପ କରିଥିଲେ।

The post ପ୍ରଶାନ୍ତ ଭୂଷଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ appeared first on Odisha Reporter.



from Odisha Reporter https://ift.tt/2Qcch53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages