ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚି ଯାଇଛି। ୨୫ଟି ଜିଲ୍ଲାରୁ ଆସିଛି ଏହି ରିପୋର୍ଟ।
୨୭୨ ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ୧୩୧ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି।
ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ରେ ୧୭ ଜଣଙ୍କ ଜୀବନ ଯାଇଛି। ସେହିପରି ଗଜପତିରେ ୧୬ ଓ କଟକରେ ୧୧ ଜଣଙ୍କ ଜୀବନ ଯାଇଛି। ରାୟଗଡ଼ା ଜିଲ୍ଲାରେ ସବୁଠୁ ଶେଷରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଠାରେ ୧୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।
ଆଉ କେଉଁ ଜିଲ୍ଲାରେ କେତେ ଜାଣନ୍ତୁ
ପୁରୀ-୪, ଜଗତସିଂହପୁର-୨, କେନ୍ଦ୍ରାପଡ଼ା-୩, ଭଦ୍ରକ-୪, ବାଲେଶ୍ୱର-୫, ଯାଜପୁର-୩, ମୟୂରଭଞ୍ଜ-୧, କେନ୍ଦୁଝର-୪, ଢେଙ୍କାନାଳ-୧, ଅନୁଗୋଳ-୨, ସମ୍ବଲପୁର-୨, ଝାରସୁଗୁଡ଼ା-୧, ବରଗଡ଼-୩, ନୟାଗଡ଼-୫, କନ୍ଧମାଳ-୫, କଳାହାଣ୍ଡି-୨, ନବରଙ୍ଗପୁର-୧, କୋରାପୁଟ-୨, ମାଲକାନଗିରି-୨।
ଅନ୍ୟପକ୍ଷରେ ଦେବଗଡ଼, ବୌଦ୍ଧ, ସୁବର୍ଣ୍ଣପୁର,ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ କରୋନାରେ କାହାରି ମୃତ୍ୟୁ ଘଟିନାହିଁ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ରେ ପହଞ୍ଚି ଥିବା ବେଳେ ୩୦,୨୪୨ ଜଣ ସୁସ୍ଥ ହୋଇସାରିଲେଣି। ୧୫,୩୬୪ ଜଣ ଚିକିତ୍ସାଧୀନ ଥିବା ବେଳେ ୨୭୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୪୯ କରୋନା ଆକ୍ରାନ୍ତ ବି ପ୍ରାଣ ହରାଇଛନ୍ତି। ତେବେ ସେମାନଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି।
The post ରାଜ୍ୟର ୨୫ଟି ଜିଲ୍ଲାରୁ କରୋନାରେ ଗଲାଣି ୨୭୨ ଜୀବନ: ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ appeared first on Odisha Reporter.
from Odisha Reporter https://ift.tt/2PzjdZC
No comments:
Post a Comment