ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ

ପାଟନା: ନେପାଳରେ ମଧ୍ୟ ହେବ ଭବ୍ୟ ଶ୍ରୀରାମ ମନ୍ଦିର। ନିକଟରେ ଶ୍ରୀରାମଙ୍କ ଜନ୍ମ ସ୍ଥାନ ନେପାଳ ବୋଲି କହି ଚର୍ଚ୍ଚାକୁ ଆସିଥିବା ସେଠାକାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏଭଳି କହିଛନ୍ତି।

ଗତ ମାସ ପ୍ରଧାନମନ୍ତ୍ରୀ ଓଲି ନେପାଳର ଠୋରି ନିକଟସ୍ଥ ଅଯୋଧ୍ୟାପୁରୀରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଥିବା ଦାବି କରିଥିଲେ। ସେ କହିଥିଲେ, ପ୍ରକୃତରେ ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଥିଲେ। ଭାରତ ଉତ୍ତରପ୍ରଦେଶକୁ ଶ୍ରୀରାମଙ୍କ ଜନ୍ମଭୂମି ବୋଲି ଦର୍ଶାଇ ନିଜର ସାଂସ୍କୃତିକ ସୀମା ଅତିକ୍ରମଣ କରୁଛି ବୋଲି ସେ ଅଭିଯୋଗ କରିଥିଲେ।

ପ୍ରଧାନମନ୍ତ୍ରୀ ଓଲିଙ୍କ ଏଭଳି ବୟାନ ପରେ ଚାରିଆଡ଼େ ତାଙ୍କୁ ତୀବ୍ର ସମାଲୋଚନା କରାଗଲା ଏବଂ ଭାରତୀୟମାନେ ଏହାକୁ ଖୁବ୍ ବିରୋଧ ମଧ୍ୟ କରିଥିଲେ। ନେପାଳରେ ମଧ୍ୟ ରାଜନୈତିକ ଦଳ ଏବଂ ସାଧାରଣ ଲୋକେ ଓଲିଙ୍କ ଏଭଳି ବୟାନକୁ ନିନ୍ଦା କରିଥିଲେ। ଏପରି କି ଖୋଦ୍ ଓଲିଙ୍କ ଦଳୀୟ ନେତାମାନେ ମଧ୍ୟ ତାଙ୍କୁ ବିରୋଧ କରିଥିଲେ। ତଥାପି ପ୍ରଧାନମନ୍ତ୍ରୀ ଓଲି ନିଜ ବୟାନରୁ ଓହରିଲେ ନାହିଁ। ଆଉ ଏବେ ନେପାଳରେ ମଧ୍ୟ ଅଯୋଧ୍ୟା ଭଳି ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ନେପାଳର ସରକାରୀ ନ୍ୟୁଜ୍ ଏଜେନ୍ସି ରାଷ୍ଟ୍ରୀୟ ସମାଚାର ସମିତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଓଲି ଠୋରି ଏବଂ ମାଡିର ସ୍ଥାନୀୟ ପ୍ରତିନିଧିମାନଙ୍କୁ ଫୋନ ମାଧ୍ୟମରେ କାଠମାଣ୍ଡୁ ଡାକି ପ୍ରଭୁ ରାମଙ୍କ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ପ୍ରଧାନମନ୍ତ୍ରୀ ଓଲି ଠୋରି ନିକଟସ୍ଥ ମାଡି ମ୍ୟୁନିସିପାଲିଟିର ନାଁ ବଦଳାଇ ଅଯୋଧ୍ୟାପୁରୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆଖ ପାଖ ଅଞ୍ଚଳକୁ ଅଧିଗ୍ରହଣ କରି ଅଯୋଧ୍ୟା ଭଳି ବିକଶିତ କରିବା ସହ ରାମଙ୍କ ଜନ୍ମସ୍ଥାନରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ଏବଂ ରାମ-ସୀତା ଓ ଲକ୍ଷଣଙ୍କ ଏକ ବୃହତ୍ ପ୍ରତିମା ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଓଲି।

ସୂଚନା ଥାଉକି, ରାଷ୍ଟ୍ରୀୟ ସମାଚାର ସମିତିରକ ତଥ୍ୟ ଅନୁଯାୟୀ, ଆଗାମୀ ଦଶହରାରେ ରାମନବମୀ ଅବସରରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ। ତେବେ2 ବର୍ଷ ପରେ ପୁଣି ରାମନବମୀ ଅବସରରେ ହିଁ ମୂର୍ତ୍ତିର ଅନାବରଣ କରାଯିବା ଲକ୍ଷ୍ୟ ନେଇ ସମସ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।

ଅନ୍ୟପଟେ ମନ୍ଦିର ନିର୍ମାଣ ଲାଗି ନେପାଳ ସରକାର ସମସ୍ତ ଆର୍ଥିକ ସହଯୋଗ ଯୋଗାଇଦେବେ। ପ୍ରଧାନମନ୍ତ୍ରୀ
ଓଲି କହିଛନ୍ତି ଯେ, ରାମାୟଣ ସହ ଜଡ଼ିତ ଅଯୋଧ୍ୟାପୁରୀ ତଥା ଏହାର ଆଖପାଖ ଅଞ୍ଚଳ ମଧ୍ୟ ବିକାଶ କରାଯିବ। ମାଡ଼ି ନିକଟରେ ଥିବା ବାଲ୍ମିକି ଆଶ୍ରମ, ସୀତା ବନବାସ ସମୟର ଜଙ୍ଗଲ, ଲବକୁଶଙ୍କ ଜନ୍ମ ସ୍ଥାନ ଆଦି ସ୍ଥାନ ମଧ୍ୟ ବିକାଶ କରାଯିବ।

The post ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3ab4my3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages