ଆଜିଠୁ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ ସେଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ଆଜିଠୁ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟରେ ଖୋଲିବ ଯୋଗ କେନ୍ଦ୍ର ଏବଂ ଜିମ୍ ସେଣ୍ଟର । ମାର୍ଚ୍ଚ ମାସରେ କରୋନା ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠୁ ସାରା ଦେଶରେ ଯୋଗ ଓ ଜିମ୍ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାୟ ୪ ମାସ ପରେ ସେସବୁ ଆଜି ଖୋଲିବ ।

ଯୋଗ କେନ୍ଦ୍ର ଏବଂ ଜିମ୍ ସେଣ୍ଟର ଖୋଲିବାକୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି ।  ଉଭୟ ଯୋଗ ଶିବିର ଏବଂ ଜିମ୍  ସେଣ୍ଟରରେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।

ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।  ଅତିକମ୍‌ରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି । ଜିମ୍ନାସିୟମ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

ବ୍ୟାୟାମ ଉପକରଣ ବ୍ୟବହାର ପୂର୍ବରୁ ହାତକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ରହିଛି। ଲକ଼ଡାଉନ୍ କଟକଣାକୁ କୋହଳ କରି କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍- ୩ ଗାଇଡଲାଇନ୍‌ ଅନୁଯାୟୀ ଯୋଗ ସେଣ୍ଟର  ଓ ଜିମ୍ନାସିୟମ ସେଣ୍ଟର ଖୋଲିପାରିବ ବୋଲି ଉଲ୍ଲେଖ କରିଥିଲେ।

The post ଆଜିଠୁ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ ସେଣ୍ଟର appeared first on Odisha Reporter.



from Odisha Reporter https://ift.tt/31l8zLn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages