ବେରୁଟ: ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଗତକାଲି ହୋଇଥିବା ଭୟାନକ ବିସ୍ଫୋରଣରେ ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।
ଲେବାନନ୍ର ରାଜଧାନୀ ବିରଟ୍ରେ ବଡ଼ ଧରଣର ବିସ୍ଫୋରଣ। ଦେଖନ୍ତୁ ବେଶ କିଛି ଜଣଙ୍କୁ ଆହତ କରିଥିବା ଏହି ଅଘଟଣ କେତେ ଭୟଙ୍କର ଥିଲା।
(Video: Mohammad Hijazi)#BeirutBlast #Lebanonexplosion pic.twitter.com/lITToV4cOt
— Odisha Reporter (@OdishaReporter) August 4, 2020
ଏହି ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହି ଛୋଟ ଦେଶଟିର ପ୍ରାୟ ସମସ୍ତ ଅଞ୍ଚଳକୁ ଏହାର ଶବ୍ଦ ଶୁଣାଯାଇଥିଲା। ସେଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ନିକୋସିଆ ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା।
ଏହି ବିସ୍ଫୋରଣ ଯୋଗୁ ଆଖପାଖର ଅନେକ ବଡ଼ ବଡ଼ ଅଟ୍ଟାଳିକା ଦୋହଲି ଯିବା ସହିତ କ୍ଷତିଗ୍ରସ୍ତ ହୋଇଛି। ବନ୍ଦର ଅଞ୍ଚଳ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବହୁଦୂର ପର୍ଯ୍ୟନ୍ତ ଥିବା ଘରଦ୍ୱାର, ଗାଡ଼ି ମୋଟର ଓ ରାସ୍ତାଘାଟ ଆଦି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳର ଅନେକ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଝରକା, କବାଟ ଭାଙ୍ଗି ଥିବା ଦେଖିବାକୁ ମିଳିଛି।
Imagine the shockwave coming at you…#BeirutExplosion #LebanonExplosion
MORE: https://t.co/k001zUvFum pic.twitter.com/PvaWV3t80E
— RT (@RT_com) August 4, 2020
ବନ ବେରୁଟ୍ର ଅନେକ ଲୋକ କହିଛନ୍ତି ଯେ ବିସ୍ଫୋରଣ ଦେଖି ସେମାନେ ଭାବି ନେଇଥିଲେ ଯେ ପରମାଣୁ ବୋମା ବିସ୍ଫୋରଣ ହୋଇଛି।
ବିସ୍ଫୋରଣ କାରଣ ସଂପର୍କରେ ସଠିକ୍ ଭାବେ କିଛି ଜଣାପଡ଼ିନାହିଁ। ତେବେ ସେଠାକାର ସରକାର ଆଶଙ୍କା କରୁଛନ୍ତି, ବେଶ୍ କିଛି ବର୍ଷ ହେବ ବନ୍ଦରର ଏକ ଗୋଦାମ ଘରେ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ବହୁ ପରିମାଣର ବିସ୍ଫୋରକ ରଖାଯାଇଥିଲା ଓ ସେଥିରୁ ଏହି ବିସ୍ଫୋରଣ ଘଟିଛି। ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ୍ ଏଲ୍ବିସିର ସୂଚନା ଅନୁଯାୟୀ ସେଠାରେ ବହୁତ ପରିମାଣର ଆମୋନିୟମ ନାଇଟ୍ରେଟ୍ ରଖାଯାଇଥିଲା। ସେଠାରେ ୨୭୫୦ ଟନ୍ର ଆମୋନିୟମ ନାଇଟ୍ରେଟ୍ ଗଚ୍ଛିତ ରଖାଯାଇଥିଲା ବୋଲି କୁହାଯାଉଛି।
#Beirut – before and after the explosion. pic.twitter.com/5oI5o4PQMX
— Ahmer Khan (@ahmermkhan) August 4, 2020
The post ଭୟଙ୍କର ବିସ୍ଫୋରଣ: ୭୮ ମୃତ, ୪୦୦୦ରୁ ଅଧିକ ଆହତ appeared first on Odisha Reporter.
from Odisha Reporter https://ift.tt/3fuRDqM
No comments:
Post a Comment