‘ସିଂଘମ’ ନାଁରେ ପରିଚିତ ଆଇପିଏସ ବିଜେପିରେ ମିଶିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

‘ସିଂଘମ’ ନାଁରେ ପରିଚିତ ଆଇପିଏସ ବିଜେପିରେ ମିଶିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକାର ସିଂଘମ ପୁଲିସ୍‌ ଅଫିସର ଭାବେ ଖ୍ୟାତି ଅର୍ଜନ କରିଥିବା ଆଇପିଏସ ଆନ୍ନାମାଲାଇ କୁପୁସାମୀ ଆଜି ବିଜେପିରେ ମିଶିଛନ୍ତି। ଏଥିପାଇଁ ବିଜେପିର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ପି ମୁରଲୀଧର ରାଓ ଓ ତାମିଲନାଡୁ ବିଜେପି ମୁଖ୍ୟ ଏଲ ମୁରୁଗାନ ଉପସ୍ଥିତ ରହିଥିଲେ।

କୁପୁସାମୀ ହଠାତ୍‌ ୨୦୧୯ରେ ପୁଲିସ ସର୍ଭିସରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ବେଳେ କୁପୁସାମୀ ରାଜନୀତିରେ ପ୍ରବେଶ କରିବା ସମ୍ପର୍କରେ କିଛି ବି ସୂଚନା ଦେଇ ନଥିଲେ। ହେଲେ କର୍ଣ୍ଣାଟକାର ଗୃହ ସଚିବ ଡି ରୂପା ପ୍ରଥମେ କୁପୁସାମୀ ରାଜନୀତିରେ ପ୍ରବେଶ କରିବେ ବୋଲି ସୂଚନା ଦେଇଥିଲେ।

ଆଜି ବିଧିବଦ୍ଧ ଭାବେ କୁପୁସାମୀ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପୂର୍ବରୁ ଅନେକ ଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ।

The post ‘ସିଂଘମ’ ନାଁରେ ପରିଚିତ ଆଇପିଏସ ବିଜେପିରେ ମିଶିଲେ appeared first on Odisha Reporter.



from Odisha Reporter https://ift.tt/34vNNfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages