ଡାକ୍ତରଙ୍କ ଆକାଉଣ୍ଟରେ କଳାକନା ବୁଲାଇଦେଲେ ସୁନ୍ଦରୀ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ଡାକ୍ତରଙ୍କ ଆକାଉଣ୍ଟରେ କଳାକନା ବୁଲାଇଦେଲେ ସୁନ୍ଦରୀ ଯୁବତୀ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଲକ୍ଷାଧିକ ଟଙ୍କା।  ଲକ୍ଷେ କି ୨ ଲକ୍ଷ ନୁହେଁ ପୁରାପୁରି ୪ ଲକ୍ଷ ୫୭ହଜାର ୩୮୫ଟଙ୍କା ୮୪ପଇସା।  ବିଭିନ୍ନ କିସ୍ତିରେ ଏସବୁ ଟଙ୍କା ଉଠା ହୋଇଥିବା ଜାଣିବା ପରେ ଡାକ୍ତରଙ୍କ ବୁଦ୍ଧିବଣା ହୋଇଯାଇଥିଲା।  ଏନେଇ ସେ ଥାନାର ଦ୍ୱାରସ୍ତ ହେବାରୁ ତାଳଚେର ପୁଲିସ୍‌ ଘଟଣାର ଖୋଳତାଡ଼ କରି ଲକ୍ଷାଧିକ ଟଙ୍କା ଲୁଟ୍‌ର ମାଷ୍ଟରମାଇଣ୍ଡ ଭାବେ ଜଣେ ସୁନ୍ଦରୀ ଯୁବତୀଙ୍କୁ ଗିରଫ କରିଛି। ଡାକ୍ତରଙ୍କୁ ଠକେଇ ଅଭିଯୋଗରେ ସମ୍ପୃକ୍ତ ଯୁବତୀଙ୍କୁ କଟକରୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି ତାଳଚେର ପୁଲିସ୍‌।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ଅଭିଯୋଗ ଅନୁଯାୟୀ, ଗତବର୍ଷ ମେ ମାସରେ ସେ ତାଳଚେର ITI ଛକରେ ଥିବା ଏକ ସୁନା ଦୋକାନରୁ ସୁନା କିଣି ୫ଟି ଚେକ୍‌ ଦେଇଥିଲେ। ପରେ ୫ ସେପ୍ଟେମ୍ବରରେ ତାଳଚେର SBI ଶାଖାରେ ନିଜ ଆକାଉଣ୍ଟ ଅପଡେଟ କରିଥିଲେ। ଉକ୍ତ ସମୟରେ ସେ  ଜାଣିବାକୁ ପାଇଲେ ଯେ ଗତ ବର୍ଷ ମେ’ରୁ ଅଗଷ୍ଟ ମାସ ମଧ୍ୟରେ ତାଳଚେର SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୪ଲକ୍ଷ ୫୭ ହଜାର ଟଙ୍କା ଉଠାଣ ହୋଇଛି ।

Citrusp Manapuram ନାମରେ ଏହି ଟଙ୍କା ଉଠାଣ ହୋଇଥିବା ଜାଣିବା ପରେ ଏ ସମ୍ପର୍କରେ ସେ  SBIରେ ଅଭିଯୋଗ କରିଥିଲେ ।ପରବର୍ତ୍ତୀ ସମୟରେ ଠକାମୀର ଶିକାର ଡାକ୍ତରଜଣକ ଓଡ଼ିଶା ପୁଲିସ୍‌ ପୋର୍ଟାଲ, SP କ୍ରାଇମବ୍ରାଞ୍ଚଙ୍କୁ ଅଭିଯୋଗ କରିବା ସହ Citrusp Manapuram ର ରିଜିଓନାଲ ମ୍ୟାନେଜରଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ।

ଏହାପରେ ଗତବର୍ଷ ଡିସେମ୍ବର ୧୧ ତାରିଖରେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି ଏହା ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ପରେ ସେହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ତାଳଚେର ପୁଲିସ୍‌ । ତଦନ୍ତ ସମୟରେ ତାଳଚେର ଅଞ୍ଚଳର ଜଣେ ଯୁବତୀ ଡାକ୍ତରଙ୍କ ଟଙ୍କା ଉଠାଇଥିବା ଜଣାପଡ଼ିଥିଲା।

ଯୁବତୀଜଣକ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ଡାକ୍ତରଙ୍କ ସହ ବ୍ୟବସାୟିକ ସମ୍ପର୍କ ଯୋଡିଥିଲେ। ଏହାପରେ ତାଙ୍କ ଅଜାଣତରେ  ଡାକ୍ତରଙ୍କ ଏଟିଏମ କାର୍ଡ ଓ ପିନ୍‌ ନମ୍ବର ନେଇ ଯାଇଥିଲେ । ପରେ ଡାକ୍ତରଙ୍କ  ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ  ଏହି ମୋଟା ଅଙ୍କର ଅର୍ଥ ଉଠାଇଥଲେ। ଶେଷରେ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି ଏହି ସୁନ୍ଦରୀ ଯୁବତୀ।

The post ଡାକ୍ତରଙ୍କ ଆକାଉଣ୍ଟରେ କଳାକନା ବୁଲାଇଦେଲେ ସୁନ୍ଦରୀ ଯୁବତୀ appeared first on Odisha Reporter.



from Odisha Reporter https://ift.tt/30y93yA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages