ଆଡଭାଣୀ ଓ ଯୋଶୀ ଭୂମି ପୂଜନରେ ଯୋଗଦେବେ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ଆଡଭାଣୀ ଓ ଯୋଶୀ ଭୂମି ପୂଜନରେ ଯୋଗଦେବେ, କିନ୍ତୁ…

ନୂଆଦିଲ୍ଲୀ: ବର୍ଷ ବର୍ଷର ସ୍ୱପ୍ନ ଖୁବଶୀଘ୍ର ପୂରା ହେବାକୁ ଯାଉଛି। ଆସନ୍ତା 5 ତାରିଖରେ ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପବିତ୍ର ମୁହୂର୍ତ୍ତକୁ ଦୀର୍ଘ ବର୍ଷ ଧରି ଭାରତୀୟମାନେ ଅପେକ୍ଷା କରି ରହିଥିଲେ। ଆଇନଗତ ମାମଲା ତୁଟିବା ପରେ ଏବେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ହେଲେ ଏହି ଦୀର୍ଘ ଅପେକ୍ଷିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଏଲ. କେ ଆଡଭାଣୀ ଏବଂ ମୂରଲୀ ମନହୋର ଯୋଶୀ ଯୋଗଦେବେ ନାହିଁ ବୋଲି ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ସୂତ୍ର ଅନୁସାରେ, ବିଜେପିର ଏହି ଦୁଇ ବରିଷ୍ଠ ନେତା ଅଗଷ୍ଟ 5 ତାରିଖ ରାମ ଲଲାଙ୍କ ମନ୍ଦିର ନିର୍ମାଣ ଲାଗି ପବିତ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେବେ। ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଶନିବାର ଟ୍ରଷ୍ଟ ପକ୍ଷରୁ ଲାଲକୃଷ୍ଣ ଆଡଭାଣୀ ଏବଂ ମୂରଲୀ ମନୋହର ଯୋଶୀଙ୍କୁ ଫୋନ୍ ମାଧ୍ୟମରେ ନିମନ୍ତ୍ରଣ କରାଯାଇଛି। ଏହାସହ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ମଧ୍ୟ ଦୁଇ ଭେଟେରାନ୍ ନେତାଙ୍କୁ ନିମନ୍ତ୍ରଣ ପଠାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, 1990ରେ ଶ୍ରୀରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ପୂରୋଧା ଥିଲେ ଲାଲକୃଷ୍ଣ ଆଡଭାଣୀ ଏବଂ ମୂରଲୀ ମନୋହର ଯୋଶୀ।

ସୂଚନା ଥାଉ କି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ଭୂମି ପୂଜନର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ। ବିଭିନ୍ନ ପୂଜକ ଓ ଜ୍ୟୋର୍ତିରବିଦଙ୍କ ପରାମର୍ଶକ୍ରମେ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଭବ୍ୟ ରାମ ମନ୍ଦିରର ଭୂମି ପୂଜନ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଦେଶର ୧୧ଟି ଧାର୍ମିକ ସ୍ଥଳରୁ ମାଟି ସଂଗ୍ରହ କରି ଅଯୋଧ୍ୟାକୁ ପଠାଯାଇଛି।

The post ଆଡଭାଣୀ ଓ ଯୋଶୀ ଭୂମି ପୂଜନରେ ଯୋଗଦେବେ, କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/2D1yjVh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages