କରୋନା ସୁପର୍ ସ୍ପ୍ରେଡର୍ ସାଜିଛନ୍ତି ବିଜେଡି ନେତା, ସହଯୋଗ କରୁଛନ୍ତି ତଳିଆ ଅଫିସର: ଦେବାଶିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

କରୋନା ସୁପର୍ ସ୍ପ୍ରେଡର୍ ସାଜିଛନ୍ତି ବିଜେଡି ନେତା, ସହଯୋଗ କରୁଛନ୍ତି ତଳିଆ ଅଫିସର: ଦେବାଶିଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇରେ କରୋନାସ୍ଥିତି ବେଲଗାମ୍ ହୋଇ ପଡ଼ିଥିବାବେଳେ କୋଭିଡ୍ କଟକଣାକୁ ନେଇ ରାଜନୀତି କିନ୍ତୁ ତେଜିବାରେ ଲାଗିଛି। କୋଭିଡ୍ ନିୟମ ଉଲ୍ଲଘଂନରେ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ଶାସନ କଳ ପ୍ରିୟାପ୍ରୀତି ପୋଷଣ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସର ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ଆଜି ବିଜେଡିର ଜଣେ ନେତାଙ୍କୁ ସୁପର ସ୍ପ୍ରେଡର ବୋଲି କହିଛନ୍ତି। ଏହି ସୁପର ସ୍ପ୍ରେଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ଦେବାଶିଷ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ବିଜେଡିର ନେତାମାନେ କରୋନା କଟକଣା ଖୋଲାଖୋଲି ଭାଙ୍ଗୁଥିବା ବେଳେ ଏଥିରେ ରାଜ୍ୟ ଶାସନ କଳର ତଳିଆ ଅଫିସରମାନେ ସହଯୋଗ କରୁଛନ୍ତି। ରାଜ୍ୟର ତଳତଳିଆ କର୍ମଚାରୀମାନେ କରୋନା ମହାମାରୀବେଳେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାମ କରିବା ଛାଡ଼ି ନିଜ ଚାକିରି ବଞ୍ଚାଇବା ଲାଗି କାମ କରୁଛନ୍ତି। ଏ ନେଇ ଜିଲ୍ଲାପାଳଙ୍କୁ ବିଧିବଦ୍ଧ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ ।

ଯଦି କଂଗ୍ରେସ ନେତା ସୁର ରାଉତରାୟ ଓ ବିଜେପି ନେତାଙ୍କ ବିରୋଧରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇପାରୁଛି ତା ହେଲେ ବିଜେଡି ନେତାଙ୍କ ବିରୋଧରେ କାହିଁକି ନୁହେଁ ବୋଲି ଦେବାଶିଷ ପାଲଟା ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ମହାମାରୀଜନିତ ଦୁଃସ୍ଥିତିବେଳେ ରାଜ୍ୟରେ ଗଣମାଧ୍ୟମ ହିଁ ଗରିବ ଲୋକଙ୍କ ପାଇଁ ଆଖି ଓ କାନ ପାଲଟିଛି।

The post କରୋନା ସୁପର୍ ସ୍ପ୍ରେଡର୍ ସାଜିଛନ୍ତି ବିଜେଡି ନେତା, ସହଯୋଗ କରୁଛନ୍ତି ତଳିଆ ଅଫିସର: ଦେବାଶିଷ appeared first on Odisha Reporter.



from Odisha Reporter https://ift.tt/3gmpUKp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages