କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ‘ଆଶା ଓ ଅଙ୍ଗନୱାଡି ଦିଦି ମୋ ପରିବାରକୁ ହଇରାଣ କରୁଛନ୍ତି ଓ ମୋ ନାଁରେ ମିଥ୍ୟା ଅପପ୍ରଚାର କରୁଛନ୍ତି। ମୁଁ କୁଆଡ଼େ କୋଲକତା ଯାଇ କରୋନା ଆଣିଛି। ମୁଁ ଏହି ଅପପ୍ରଚାର ସହି ପାରୁନି। ଆପଣମାନେ ମୋ କଥା ନ ବୁଝିଲେ ମୁଁ ବାଧ୍ୟ ହୋଇ ଆତ୍ମହତ୍ୟା କରିବି।’ ଏମିତି ଭାବେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି ଟାଙ୍ଗୀ ଡ୍ରିମସ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କଟକର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ସେ କହିଛନ୍ତି, “ଗତ ଜୁଲାଇ ୨୯ ତାରିଖରେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲି। ଏହାପରେ ମୋତେ ଡ୍ରିମସ୍ କୋଭିଡ୍ କେୟାର ସେଣ୍ଟରରେ ରଖାଯାଇଛି। ହେଲେ ମୁଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ମହାନଗର ନିଗମ ୩ ନମ୍ୱର ୱାର୍ଡର ଅଙ୍ଗନୱାଡ଼ି ଦିଦି ଓ ଆଶା ଦିଦି ମୋ ପରିବାର ଲୋକଙ୍କୁ ବହୁତ ନିର୍ଯାତନା ଦେଉଛନ୍ତି। ଏଥିସହ ସାହି ପଡ଼ିଶା ଓ ଗାଁ ଲୋକେ ମଧ୍ୟ ମୋ ପରିବାର ଲୋକଙ୍କୁ ବାହାରକୁ ବାହାର କରାଇ ଦେଉନାହାନ୍ତି। ସେମାନଙ୍କୁ ପାଣି ମଧ୍ୟ ଦିଆଯାଉ ନାହିଁ। ମୋର ଜଣେ ଦାଦା ପାଣି ଆଣି ଘରେ ଦେଉଥିଲେ। ହେଲେ ଅଙ୍ଗନୱାଡ଼ି ଦିଦି ତାଙ୍କୁ ଧମକ ଦେଉଛନ୍ତି। ମୁଁ ଅନୁରୋଧ କରୁଛି ମୋ ନାଁରେ ଅପପ୍ରଚାର କରନ୍ତୁ ନାହିଁ। ଆଉ ମୋ ପରିବାରକୁ କଷ୍ଟ ଦିଅନ୍ତୁ ନାହିଁ। ସିଏମ୍ସି କମିଶନର, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମୋ ପରିବାରକୁ ନ୍ୟାୟ ଦିଅନ୍ତୁ।”
ସେ ଆହୁରି କହିଛନ୍ତି, “ଗାଁକୁ ସାନିଟାଇଜ୍ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ମୋ ଘରକୁ ସାନିଟାଇଜ୍ କରାଯାଇ ନାହିଁ। ମୋ ବାପା ଓ ମାଆ ସାନିଟାଇଜ୍ କରିବା ପାଇଁ କହିଲେ ସେମାନଙ୍କୁ ଆଶା ଦିଦି ଓ ଅଙ୍ଗନୱାଡି ଦିଦି ଧମକ ଦେଉଛନ୍ତି। ଆଉ କହୁଛନ୍ତି- ତମ ପୁଅକୁ କରୋନା ହେଇଛି ତମ ଘର ସାନିଟାଇଜ୍ ହେବନି। ଆଉ ଆଶା ଓ ଅଙ୍ଗନୱାଡି ଦିଦି ମୋ ନାଁରେ ମିଥ୍ୟା ଅପପ୍ରଚାର କରୁଛନ୍ତି। ମୁଁ କୁଆଡେ କୋଲକତା ଯାଇ କରୋନା ଆଣିଛି। ମୁଁ ଏହି ଅପପ୍ରଚାର ସହି ପାରୁନି। ଆପଣମାନେ ମୋ କଥା ନ ବୁଝିଲେ ମୁଁ ବାଧ୍ୟ ହୋଇ ଆତ୍ମହତ୍ୟା କରିବି।”
The post କରୋନା ଆକ୍ରାନ୍ତ ଭିଡିଓ ଜର୍ଣ୍ଣାଲିଷ୍ଟ ବଖାଣିଲେ ନିଜ ଦୁଃଖ କାହାଣୀ, ଦେଲେ ଆତ୍ମହତ୍ୟା ଧମକ appeared first on Odisha Reporter.
from Odisha Reporter https://ift.tt/2XiikJl
No comments:
Post a Comment