ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ୩ ସାଙ୍ଗଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ୩ ସାଙ୍ଗଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ଏହାକୁ ନେଇ ଲାଗି ରହିଛି ସସପେନ୍ସ।  ଏହାର ଖିଅ ଖୋଜିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଗୁଡ଼ାଇ ତୁଡ଼ାଇ ଘଟଣାର ତଦନ୍ତ କରୁଛି। ଏହି ମାମଲାରେ ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀ  ପପୁ, ବିକାଶ, ଦୀପୁଙ୍କର ଏହି ଟେଷ୍ଟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ଫରେନସିକ ଲ୍ୟାବରେ ୫ ଘଣ୍ଟା ଧରି  ବିଦ୍ୟାଶ୍ରୀଙ୍କ ଲାଇ ଡିଟେକସନ ଟେଷ୍ଟ  ଚାଲିଥିଲା। ଏହି ସମୟରେ ବିଦ୍ୟାଶ୍ରୀଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି।

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ରେଳ ଧାରଣାରୁ ମିଳିଥିଲା। ଜିଆରପି ଏହାକୁ ଏକ ଆତ୍ମହତ୍ୟା କହିବାରୁ ବିବାଦ ଉପୁଜିଥିଲା। ତେବେ ଆଦିତ୍ୟଙ୍କ ପ୍ୟୁପଲ୍‌ ଫର୍‌‌ ସେବା ସଙ୍ଗଠନ ଓ ବନ୍ଧୁଙ୍କ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ହତ୍ୟା ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ପୁଲିସ୍‌ କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲା।

ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘଟଣାର ତଦନ୍ତ କମିଶନରେଟ୍‌ ପୁଲିସ୍‌ ଦ୍ୱାରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଏହା ପରେ ଡିଜିପି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବା ପରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମା’ଙ୍କ ସମେତ ବନ୍ଧୁମାନଙ୍କୁ ଜେରା କରିଥିଲା।

 

The post ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ୩ ସାଙ୍ଗଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/2FX0Koa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages