ବନ୍ୟା ପାଣିରେ ଫସିଥିବା ୨ ଭାଇ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ବନ୍ୟା ପାଣିରେ ଫସିଥିବା ୨ ଭାଇ ଉଦ୍ଧାର

ଭଦ୍ରକ(ପାର୍ଥ ସାରଥୀ ନାୟକ): ବନ୍ୟା ପାଣିରେ ଫସି ରହିଥିବା ଦୁଇ ଭାଇଙ୍କୁ ଉଦ୍ଧାର କଲା ଏନ୍‌ଡିଆରଏଫ୍ ଟିମ୍ । ୩ଘଣ୍ଟା ଅପରେସନ ପରେ ଏନ୍‌ଡିଆରଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁରରେ।

ଷୋଳମପୁରସ୍ଥିତ ବଲଭୀଘାଟ ପାଖରେ ଦୁଇ ଭାଇ ନିଜ ଘରେ ରହିଥିଲେ। ହେଲେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ଘର ଭିତରକୁ ବନ୍ୟା ପାଣି ପଶି ଯାଇଥିଲା। ଏମିତିକି ଘର ଭିତରେ ବେକେ ପାଣି ହୋଇ ଯାଇଥିଲା। ଏହାପରେ ସେମାନେ ଭୟଭୀତ ହୋଇ ଭଣ୍ଡାରିପୋଖରୀ ବିଡିଓଙ୍କୁ ଯୋଗାଯୋଗ କରିଥିଲେ।

ବିଡିଓଙ୍କ ନିର୍ଦ୍ଦେଶ ଅନୁସାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ରାତି ପ୍ରାୟ ୧୦.୩୦ରେ ଘଟଣାସ୍ଥଳରେ ପହଞ୍ଚି ରାତି ପ୍ରାୟ ୧ଟା ୩୦ରେ ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ। ଦୁଇ ଭାଇ ଏବେ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ଵୈତରଣୀର ଆଖୁଆପଦାଠାରେ ଜଳସ୍ତର କମୁଥିବା ବେଳେ ତଳୁଆ ଅଞ୍ଚଳ ଜଳମଗ୍ନ ହେଉଛି।

The post ବନ୍ୟା ପାଣିରେ ଫସିଥିବା ୨ ଭାଇ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/32vnTpn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages