ଚକୋଲେଟ ଗାର୍ଲ ପ୍ରଜ୍ଞା ପରମିତା, ରଖିଛନ୍ତି ୫ ହଜାରରୁ ଅଧିକ ଚକୋଲେଟ ଜରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

ଚକୋଲେଟ ଗାର୍ଲ ପ୍ରଜ୍ଞା ପରମିତା, ରଖିଛନ୍ତି ୫ ହଜାରରୁ ଅଧିକ ଚକୋଲେଟ ଜରି

ଉଦଳା(ମାନସ ପାଣି): ଚକୋଲେଟ ଖାଇ ସାଧାରଣତଃ ସମସ୍ତେ ଜରି ଫୋପାଡ଼ି ଦେଇଥାନ୍ତି। କିନ୍ତୁ କେବେ ଚକୋଲେଟ ଜରି ସାଇତି ରଖିବା କଥା ଭାବିଛନ୍ତି। ଏପରି ଏକ ଅଭ୍ୟାସ ଯୋଗୁ କମ୍‌ ବୟସରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ମେଣ୍ଢାଖାଇର ଝିଅ ପ୍ରଜ୍ଞା ପରମିତା ମନ୍ତ୍ରୀ। ସେ ଏବେ ଚକୋଲେଟ ଗାର୍ଲ ଭାବେ ପରିଚିତ।

ପିଲା ଦିନରୁ  ଚକଲେଟ୍ ଖାଇବାକୁ ଭଲ ପାଇଥିଲେ , ଆଉ ଏବେ ଚକଲେଟ୍ ଜରି କଲେକସନ କରିବାର ନିଶା ତାଙ୍କୁ ଘାରିଛି  । ନବମ ଶ୍ରେଣୀ ପାଠ ପଢିବା ବେଳେ ପ୍ରଥମେ ବିଦେଶ ଚକଲେଟ୍ ଜରି କଲେକସନ୍ କରିଥିଲେ ।  ପ୍ରଜ୍ଞା ପରମିତାଙ୍କ ଆଲବମରେ ଫୋଟ ନାହିଁ। ତା’ ସ୍ଥାନରେ ଭରି ରହିଛି ଭଳିକି ଭଳି ଚକୋଲେଟ ଜରି। ତା’ ପୁଣି ଦେଶ ବିଦେଶର ଚକୋଲେଟ ଜରି ।

ଏବେ ଯୁକ୍ତ ୩ ଶେଷ ବର୍ଷ ବିଜ୍ଞାନ ପାଠ ପଢୁଥିବା ପ୍ରଜ୍ଞା ନିଜ ଦେଶ ସହ ବିଦେଶର ପ୍ରାୟ ୫ ହଜାରରୁ ଅଧିକ ଚକୋଲେଟ ଜରି ସଂଗ୍ରହ କରିଛନ୍ତି । ଇଂଲଣ୍ଡ, ଅଷ୍ଟ୍ରେଲିଆ,ବ୍ରାଜିଲ, ଜର୍ମାନୀ ନେଦରଲ୍ୟାଣ୍ଡ, ଡେନ ମାର୍କ ଠାରୁ ଆରମ୍ଭ କରି ବେଲଜିୟମ, ପୋଲାଣ୍ଡ ଜର୍ମାନୀ ଏଭଲି ବିଭିନ୍ନ ଦେଶର ଚକଲେଟ୍ ଜରି ସଂଗ୍ରହ କରି ସେ ଗିନିଜ୍ ବୁକ୍‌ରେ ନାଁ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି  ।

ଦେଶ ବାହାରୁ ସଂଗ୍ରହକାରୀଙ୍କ ସହ ଫେସବୁକ ମାଧ୍ୟମରେ ସମ୍ପର୍କ ଯୋଡି  ପ୍ରଜ୍ଞା ଏହି କାମ ଜାରି ରଖିଛନ୍ତି ।  ବାପା ପ୍ରଦୀପ ମନ୍ତ୍ରୀଙ୍କ ଡ଼ାକ ଟିକଟ ସଂଗ୍ରହ ତାଙ୍କୁ ଅନୁପ୍ରାଣିତ କରିଥିବା କହିଛନ୍ତି ପ୍ରଜ୍ଞା । ଏହା ବ୍ୟତୀତ ତାଙ୍କର ଏହି ଉଦ୍ୟମକୁ ବାପା, ମା’ଙ୍କ ସହ ପରିବାରବର୍ଗଙ୍କର ମଧ୍ୟ ସମର୍ଥନ ଓ  ପ୍ରୋତ୍ସାହନ ଥିବା ସେ କହିଛନ୍ତି ।

ପ୍ରଜ୍ଞା କହିଛନ୍ତି, ଛୋଟ ବେଳେ ଚକୋଲେଟ ଖାଉ ଖାଉ ଜରି ରଖିବା ଆରମ୍ଭ କଲି। ଏହାପରେ ପ୍ରଥମେ ଯେବେ ଆମେରିକା ଚକୋଲେଟ ଖାଇଲି, ସେ ଜରି ରଖି ସାଙ୍ଗମାନଙ୍କୁ ଦେଖାଇଲି। ଏହାପରେ ଏକ ଅଭ୍ୟାସରେ ପରିଣତ ହୋଇଗଲା। ଦେଶର ତଥା ବିଦେଶର ଯାହା ବି ଚକୋଲେଟ ଖାଇଲି, ସେ ଜରି ସାଇତି ରଖିଲି। ଏହାପରେ ଦେଶ ବାହାରୁ ସଂଗ୍ରହକାରୀଙ୍କ ସହ ଫେସବୁକ ମାଧ୍ୟମରେ ସମ୍ପର୍କ ଯୋଡି  ଏହି କାମ ଜାରି ରଖିଛି।

The post ଚକୋଲେଟ ଗାର୍ଲ ପ୍ରଜ୍ଞା ପରମିତା, ରଖିଛନ୍ତି ୫ ହଜାରରୁ ଅଧିକ ଚକୋଲେଟ ଜରି appeared first on Odisha Reporter.



from Odisha Reporter https://ift.tt/2EeWsIx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages