ବେଙ୍ଗାଲୁରୁ: କଂଗ୍ରେସର ସଙ୍କଟମୋଚକ ତଥା କର୍ଣ୍ଣାଟକାର ରାଜ୍ୟ ସଭାପତି ଡିକେ ଶିବ କୁମାର ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିବା ପରେ ତାଙ୍କୁ ବେଙ୍ଗାଲୁରୁର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜ ଆଡ଼ୁ କରୋନା ପରୀକ୍ଷା କରିବା ସହ କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ସେ କହିଥିବା ଜଣାପଡ଼ିଛି।
ମହାମାରୀ କରୋନା ଭାଇରସର ସଂକ୍ରମଣ କର୍ଣ୍ଣାଟକାରେ ମାଡ଼ି ଚାଲିଛି। କରୋନା ସଙ୍କଟ ବେଳେ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଥିଲା। ବନ୍ୟା ପୀଡ଼ିତଙ୍କୁ ସହଯୋଗ କରିବା ଓ କ୍ଷୟକ୍ଷତିର ଆକଳନ କରିବା ପାଇଁ ଶିବ କୁମାର କରୋନାକୁ ବେଖାତିର କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିଲେ।
ଏପରି କି ବିଭିନ୍ନ ଜିଲ୍ଲାରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ସେ ବୈଠକ ମଧ୍ୟ କରୁଥିଲେ। ଏହି ଜିଲ୍ଲା ଗସ୍ତ ବେଳେ ସେ କେତେବେଳେ କରୋନାରେ ସଂକ୍ରମିତ ହୋଇଯାଇଛନ୍ତି, ସେକଥା ସେ ନିଜେ ମଧ୍ୟ ଜାଣି ପାରି ନଥିଲେ। ତେବେ ଆଜି ଟେଷ୍ଟ କରିବା ପରେ ସେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଶିବ କୁମାରଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଓ ବିରୋଧୀ ଦଳ ନେତା ସିଦ୍ଦରୈମେୟା କରୋନାରେ ଆକ୍ରାନ୍ତ ହୋଇଥିଲେ। କର୍ଣ୍ଣାଟକା ସରକାରଙ୍କ ୫ ଜଣ ମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।
The post କଂଗ୍ରେସର ରାଜ୍ୟ ସଭାପତି ଶିବ କୁମାରଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3hqyJDy
No comments:
Post a Comment