ବେଙ୍ଗାଲୁରୁ: ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକାରେ କରୋନା ପାଇଁ ଦୀର୍ଘ ୫ ମାସ ହେଲା ଲାଗୁ ହୋଇଥିବା ସମସ୍ତ ଯାତାୟାତ କଟକଣାକୁ ଆଜିଠାରୁ ହଟାଇ ଦିଆଯାଇଛି। କରୋନା ସଂକ୍ରମଣ ପାଇଁ ଇ-ପାସ ଠାରୁ ଆରମ୍ଭ କରି ସରକାର ୧୪ ଦିନିଆ କ୍ୱାରେଣ୍ଟାଇନ ନିୟମ ଲାଗୁ କରିଥିଲେ। ହେଲେ ଆଜିଠାରୁ ଏଗୁଡ଼ିକୁ ହଟାଇ ଦିଆଯାଇଛି। ସେହିପରି ହାତ ଉପରେ ଲଗା ଯାଉଥିବା କ୍ୱାରେଣ୍ଟାଇନ ଷ୍ଟାମ୍ପ ବ୍ୟବସ୍ଥା ବି ଉଚ୍ଛେଦ ହୋଇଛି।
ନିକଟରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ରାଜ୍ୟ ଭିତରେ ଓ ଅନ୍ତଃରାଜ୍ୟ ଯାତାୟାତ ଉପରେ କେହି ବି କଟକଣା ଲଗାଇ ପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକା ସରକାର ଲୋକ ଓ ମାଲ ପରିବହନ ଯିବା ଆସିବାରେ ଲଗାଇଥିବା ସମସ୍ତ କଟକଣାକୁ ଉଚ୍ଛେଦ କରିଦେଇଛନ୍ତି।
ସଂଶୋଧିତ ଗାଇଡଲାଇନ ଅନୁଯାୟୀ, କର୍ଣ୍ଣାଟକା ଭିତରକୁ ଆସୁଥିବା ଲୋକମାନଙ୍କୁ ଏଣିକି କୌଣସି ଇ- ପାସ କିମ୍ବା ଅନୁମତି ଦରକାର ପଡ଼ିବ ନାହିଁ। ସେହିପରି ବସ୍ ଷ୍ଟାଣ୍ଡ, ରେଳବାଇ ଷ୍ଟେସନ ଓ ସୀମାନ୍ତ ଅଞ୍ଚଳରେ ଜାରି ରହିଥିବା ମେଡିକାଲ ଚେକଅପକୁ ମଧ୍ୟ ବ୍ୟାନ କରାଯାଇଛି।
ବିନା କୌଣସି କଟକଣାରେ ଲୋକମାନେ କର୍ଣ୍ଣାଟକାକୁ ଆସି ପାରିବେ ଓ ଯାଇ ପାରିବେ। ତେବେ ମାସ୍କ ପୂର୍ବଭଳି ବାଧ୍ୟତାମୂଳକ ରହିଥିବା ବେଳେ ସାମାଜିକ ଦୂରତା ପାଳନ କରାଯିବାର ନିୟମ ଜାରି ରହିବ। ସରକାର କହିଛନ୍ତି, ଲକ୍ଷଣ ହୀନ ଲୋକମାନେ ରାଜ୍ୟକୁ ଆସିବା ସହ ତୁରନ୍ତ ନିଜ ନିଜର କାର୍ଯ୍ୟରେ ଯୋଗଦେଇ ପାରିବେ।
ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାର ଆବଶ୍ୟକ ନାହିଁ। କିନ୍ତୁ ଲକ୍ଷଣ ଯୁକ୍ତ ଲୋକମାନେ ରାଜ୍ୟରେ ପ୍ରବେଶ କରିବା ମାତ୍ରେ ନିଜ ଆଡ଼ୁ ନିଜକୁ କ୍ୱାରେଣ୍ଟାଇନ କରିବେ।
The post ୫ ମାସ ପରେ କରୋନା ପାଇଁ ଲାଗୁ ସମସ୍ତ ଯାତାୟାତ କଟକଣା ହଟିଲା appeared first on Odisha Reporter.
from Odisha Reporter https://ift.tt/3jdxHeE
No comments:
Post a Comment