ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗି ଯିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଆଜି ସକାଳେ ହୋଟେଲ୍ ସ୍ୱର୍ଣ୍ଣ ପ୍ୟାଲେସ୍ରେ ଏହି ଅଘଟଣ ଘଟିଛି, ଯେଉଁଠାରେ ଏକ କୋଭିଡ କେୟାର ସେଣ୍ଟର ଚାଲିଥିଲା। ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ବେଳେ ତା’ଭିତରେ ୩୦ କରୋନା ରୋଗୀଙ୍କୁ ମିଶାଇ ପାଖାପାଖି ୪୦ ଜଣେ ଥିଲେ। ବାକିମାନେ ହସ୍ପିଟାଲ୍ କର୍ମଚାରୀ ବୋଲି କୁହାଯାଇଛି।
ନିଆଁଲାଗିବା ପରେ ଘଟଣାସ୍ଥଳରେ ୫ଟି ଦମକଳ ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେଉଁ କାରଣରୁ ଲାଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।
ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହିତ ରିପୋର୍ଟ ମାଗିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଗୁରୁବାର ଗୁଜରାଟର ଅହମଦାବାଦର ଏକ କୋଭିଡ୍ ହସ୍ପିଟାଲ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ। ଏହି ଅଗ୍ନିକାଣ୍ଡ ବେଳେ ସେହି ହସ୍ପିଟାଲ୍ରେ ପ୍ରାୟ ୪୫ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିଲେ।
The post କୋଭିଡ୍ କେୟାର ସେଣ୍ଟରରେ ଲାଗିଗଲା ନିଆଁ, ୭ ମୃତ appeared first on Odisha Reporter.
from Odisha Reporter https://ift.tt/33KIUP9
No comments:
Post a Comment