ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 8, 2020

ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ

ମୁମ୍ବାଇ: ପୂର୍ବତନ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ତଥା ୨୦୧୯ ସିଭିଲ ସର୍ଭିସ୍ ପରୀକ୍ଷାରେ ୯୩ତମ ସ୍ଥାନ ହାସଲ କରିଥିବା ଐଶ୍ୱର୍ଯ୍ୟା ଶୋରାନଙ୍କ ନାଁରେ ଏକାଧିକ ଫେକ୍ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଖୋଲା ଯାଇଥିବା ଅଭିଯୋଗ ହୋଇଛି। ଏନେଇ ଐଶ୍ୱର୍ଯ୍ୟା ଗୁରୁବାର କୋଲାବା ଥାନାରେ ଏତଲା ଦେଇଛନ୍ତି।

କୋଲାବା ପୁଲିସ୍ କହିଛି ଯେ ଐଶ୍ୱର୍ଯ୍ୟା ଶୋରାନଙ୍କ ନାଁରେ ପାଖାପାଖି ୧୬ଟି ଫେକ୍ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସେ ନିଜେ ଏଯାବତ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ନଥିବା କହିଛନ୍ତି। ତାଙ୍କର ବିନା ଅନୁମତିରେ ତାଙ୍କର ଫଟୋ ବ୍ୟବହାର କରାଯାଇ ମିଛ ଆକାଉଣ୍ଟ ଖୋଲାଯାଇଛି।

କୋଲାବା ପୁଲିସ୍ ଆହୁରି କହିଛି ଯେ ଐଶ୍ୱର୍ଯ୍ୟା ଶୋରାନଙ୍କ ଅଭିଯୋଗ ପରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ୨୩ ବର୍ଷୀୟା ଐଶ୍ୱର୍ଯ୍ୟା ଶୋରାନ ୨୦୧୬ ମିସ୍ ଇଣ୍ଡିଆର ପ୍ରତିଯୋଗିତାର ଫାଇନାଲିଷ୍ଟ୍ ଥିଲେ। ଚଳିତ ସପ୍ତାହ ପ୍ରାରମ୍ଭରେ ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫଳ ପ୍ରକାଶିତ ହୋଇଥିବା ବେଳେ ସେ ୯୩ତମ ସ୍ଥାନ ଅଧିକାର କରିଛନ୍ତି।

The post ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/30IhpnD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages