ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର: ୨ ମୃତ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 16, 2020

ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର: ୨ ମୃତ, ୨ ଗୁରୁତର

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଜିଙ୍କିରିଆ ଛକ ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ବୁଢ଼ା ମୁର୍ମୁ ଓ ମଙ୍ଗଲ ମୁର୍ମୁ। ଗୁରୁତର ହୋଇଥିବା ଦୁଖିଆ ହେମ୍ବ୍ରମ ଓ ପ୍ରଭାତ ହେମ୍ବ୍ରମଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ଜିଙ୍କିରିଆ ଗାଁରେ ଟ୍ରାକ୍ଟରଟି ବାଲି ଅନଲୋଡ୍‌ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଟ୍ରାକ୍ଟରରେ ଡ୍ରାଇଭରଙ୍କୁ ଛାଡ଼ି ତିନି ଜଣଙ୍କ ଶ୍ରମିକ ଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ୍ ଟ୍ରାକ୍ଟରଟିକୁ ମଧ୍ୟ ଜବତ କରିଛି।

 

The post ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର: ୨ ମୃତ, ୨ ଗୁରୁତର appeared first on Odisha Reporter.



from Odisha Reporter https://ift.tt/342CPxP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages