ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ଅନ୍ଲାଇନ୍ରେ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ସାମସ ପୋର୍ଟାଲ ଦ୍ୱାରା ସେପ୍ଟେମ୍ବର ୪ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ୯ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ୧୧ରୁ ୧୮ ତାରିଖରେ ମଧ୍ୟରେ ନାମଲେଖା ହେବ।ସେହିପରି ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ୨୪ରୁ ୨୮ ମଧ୍ୟରେ ନାମଲେଖା ହେବ। ଅକ୍ଟୋବର ୧ ତାରିଖରେ ସ୍ପଟ୍ ଆଡ୍ମିଶନ ପାଇଁ ତାଲିକା ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ଜୁଲାଇ ୨୯ ତାରିଖରେ ଏଥର ମ୍ୟାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା।
The post ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା; ଜାଣନ୍ତୁ, କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ, କେବେଠୁ ହେବ ନାମଲେଖା appeared first on Odisha Reporter.
from Odisha Reporter https://ift.tt/325tMt6
No comments:
Post a Comment