ଆସନ୍ତାକାଲି ଆଉ ଏକ ଲଘୁଚାପ, ୫ ଜିଲ୍ଲାକୁ ସତର୍କ ସୂଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ଆସନ୍ତାକାଲି ଆଉ ଏକ ଲଘୁଚାପ, ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ଆଜି ରାଜ୍ୟର ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳକି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

କେବଳ ବର୍ଷା ନୁହେଁ, ଓଡ଼ିଶା ଉପକୂଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଏକପ୍ରକାର ଜଳବନ୍ଦୀ ହୋଇଯାଇଛି। କେବଳ ମାଲକାନଗିରି ନୁହେଁ, କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଛି।

ଆନ୍ଧ୍ରରେ ପ୍ରବାହିତ ଗୋଦାବରୀ ନଦୀ ଫୁଲି ରହିଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଫଳରେ ମାଲକାନଗିରି ଜିଲ୍ଲା ମୋଟୁର ତଳିଆ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି। କନ୍ୟାଶ୍ରମ ପୋଲ ଉପରୁ ପାଣି ଖସୁ ନଥିବାରୁ କାଲିମେଳା-ପଡ଼ିଆକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ୪ଟି ପଞ୍ଚାୟତର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭଦ୍ରକ ଆଖୁଆପଦା ଠାରେ ବୈତରଣୀ, ବାଲେଶ୍ୱର ମଥାନୀରେ ଜଳକା ଓ ସୁବର୍ଣ୍ଣରେଖା ଆଦି ନଦୀ ଫୁଲିବା ସହ ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଭଦ୍ରକର ଭଣ୍ଡାରୀପୋଖରୀ ଓ ଧାମନଗର ଏବଂ ବାଲେଶ୍ୱର ଜିଲ୍ଲାର ବସ୍ତା, ରେମୁଣା ଆଦି ବ୍ଲକର ଚାଷଜମି ଜଳାର୍ଣ୍ଣବ ହେବାରେ ଲାଗିଛି।

The post ଆସନ୍ତାକାଲି ଆଉ ଏକ ଲଘୁଚାପ, ୫ ଜିଲ୍ଲାକୁ ସତର୍କ ସୂଚନା appeared first on Odisha Reporter.



from Odisha Reporter https://ift.tt/2EqcY8h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages