କେଉଁ କଥା ବାବୁସାନ୍‌ଙ୍କୁ ରାତିରେ ଶୋଇବାକୁ ଦେଉ ନଥିଲା‌? ଇନ୍‌ଷ୍ଟାରେ ଲେଖିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

କେଉଁ କଥା ବାବୁସାନ୍‌ଙ୍କୁ ରାତିରେ ଶୋଇବାକୁ ଦେଉ ନଥିଲା‌? ଇନ୍‌ଷ୍ଟାରେ ଲେଖିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି କରୋନା ଜନିତ ଲକ୍‌ଡାଉନ୍‌କୁ ବେଶ୍ ଭଲ ଭାବେ ଉପଯୋଗ କରିଛନ୍ତି। ସେ ଲକ୍‌ଡାଉନ୍ ବେଳେ ଅଧିକାଂଶ ସମୟ ଜିମ୍‌ରେ ବିତାଇଥିଲେ। ଏବେ ବି ସେ ଫିଟ୍‌ନେସ୍ ପ୍ରତି ଗୁରୁତ୍ୱ ଦେଉଛନ୍ତି ଓ ଏଥିପାଇଁ ସମୟ ଦେଉଛନ୍ତି। ପ୍ରାୟ ସମୟରେ ବାବୁସାନ୍ ତାଙ୍କ ଇନ୍‌ଷ୍ଟାରେ ଜିମ୍‌ରେ ବ୍ୟାୟାମ କରୁଥିବାର ଫଟୋ ଶେଆର କରୁଥିବା ଦେଖିବାକୁ ମିଳୁଛି।

ଗତକାଲି ବାବୁସାନ୍‌ ତାଙ୍କର ଫିଟ୍‌ ଶରୀରର କିଛି ଫଟୋ ଶେଆର କରିବା ସହିତ ଲେଖିଛନ୍ତି- ‘ଗୋଟିଏ ମାତ୍ର ସ୍ୱପ୍ନ ମୋତେ ପୂରା ରାତି ଉଜାଗର ରଖିଛି। ମୁଁ ପ୍ରତ୍ୟେକ ଥର କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରିଛି।’

ତେବେ ତାଙ୍କର ସେହି ସ୍ୱପ୍ନଟି କ’ଣ ସେ ବିଷୟରେ ବାବୁସାନ କିଛି ଲେଖି ନାହାନ୍ତି। କେବଳ ଫଟୋଗୁଡ଼ିକୁ ଦେଖି ଅନ୍ଦାଜ ଲଗାଯାଇପାରେ ଯେ ତାଙ୍କ ସ୍ୱପ୍ନଟି ତାଙ୍କ ଫିଜିକ୍‌କୁ ନେଇ ହୋଇଥାଇପାରେ। କାରଣ ପୂର୍ବରୁ ବାବୁସାନ ଏମିତି ଦେଖାଯାଉ ନଥିଲେ। ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ହିଁ ପ୍ରଥମେ ତାଙ୍କୁ ପୂରା ଅଲଗା ଲୁକ୍‌ରେ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ବାବୁସାନଙ୍କ ଏହି ପୋଷ୍ଟ ଉପରେ ତାଙ୍କ ପ୍ରଶଂସକମାନେ ନାନା ପ୍ରକାରର କମେଣ୍ଟ ଦେଇଛନ୍ତି। ଅନେକ ଜାଣିବାକୁ ଚାହିଁଛନ୍ତି ତାଙ୍କର ସ୍ୱପ୍ନ ବିଷୟରେ। ଆଉ କେହି କେହି ତାଙ୍କ ଫିଟ୍ ବଡି ଦେଖି ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ବାବୁସାନ୍‌ଙ୍କ ଅଭିନୀତ ଫିଲ୍ମ ‘ବିଦ୍ୟାରାଣ’ର ଏବେ ଶୁଟିଂ ଚାଲିଛି। ଏହି ଫିଲ୍ମରେ ବାବୁସାନ୍‌ଙ୍କ‌ ସହ ଅଭିନେତ୍ରୀ ଶିବାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ବାବୁସାନ ଓ ଶିବାନୀ ଏହି ଫିଲ୍ମ ମାଧ୍ୟମରେ ଦ୍ୱିତୀୟ ଥର ପାଇଁ ସ୍କ୍ରିନ୍ ଶେଆର କରିବାକୁ ଯାଉଛନ୍ତି।

ବାବୁସାନଙ୍କ ପୂର୍ବ ଫିଲ୍ମଗୁଡ଼ିକରେ ଦର୍ଶକମାନେ ଲଭ୍, ରୋମାନ୍ସ ଓ କମେଡି ଦେଖୁଥିବାବେଳେ ଏହି ଫିଲ୍ମରେ ଆକ୍ସନ ଦେଖିବାକୁ ପାଇବେ ବୋଲି ଶୁଣିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଜ୍ୟୋତି ଦାସ ଦେଉଥିବା ବେଳେ ଏହାର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ।

 

The post କେଉଁ କଥା ବାବୁସାନ୍‌ଙ୍କୁ ରାତିରେ ଶୋଇବାକୁ ଦେଉ ନଥିଲା‌? ଇନ୍‌ଷ୍ଟାରେ ଲେଖିଲେ ଏମିତି କଥା appeared first on Odisha Reporter.



from Odisha Reporter https://ift.tt/32HuJrY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages