ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ବାନ୍ଧବୀ ରିଆ ଚକ୍ରବର୍ତ୍ତୀ। ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି।
ରିଆ କହିଛନ୍ତି, ସୁଶାନ୍ତ ଡିପ୍ରେସନରେ ରହିଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ସେମାନେ ଏହି କଥାକୁ ଗୁରୁତ୍ୱ ଦେଇନଥିଲେ। ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଉଦ୍ଦେଶ୍ୟରେ ରିଆ କହିଛନ୍ତି, ମୁଁ ତାଙ୍କ ପୁଅକୁ ଭଲ ପାଉଥିଲି, ତାଙ୍କର ଯତ୍ନ ନେଉଥିଲି, ସେ ଅତି କମରେ ମୋ ପ୍ରତି ମାନବିକତା ଦେଖାଇବା କଥା। ମାନବିକତା ନାମରେ ଏକ ଶବ୍ଦ ଅଛି କି ନାହିଁ। ସେ ମୋତେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଭାବରେ ଦେଖିବାକୁ ଚାହୁଁନଥିଲେ। ହେଲେ ମୁଁ ତାଙ୍କ ପୁଅକୁ ଭଲ ପାଉଥିଲି, ମୋର ଭଲପାଇବାକୁ ଟିକେ ସମ୍ମାନ କରନ୍ତୁ।
ସୁଶାନ୍ତଠାରୁ ମୁଁ ଟଙ୍କାଟିଏ ବି ନେଇ ନାହାନ୍ତି। ଆମ ଦୁହିଁଙ୍କ ମିଳିତ ଉଦ୍ୟମରେ କେବଳ ବ୍ୟବସାୟ ଚାଲୁଥିଲା। ଗଣମାଧ୍ୟମରେ ଯାହା ଖବର ଆସୁଛି, ତାହା ସମ୍ପୂର୍ଣ୍ଣ ମିଛ।
ରିଆ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଓ ମୋ ପରିବାରକୁ ବର୍ବାଦ୍ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଏଭଳି ମିଛ ଅଭିଯୋଗ ଲାଗିବା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି। ମୋ ପରିବାର ଏହି ଅସହନୀୟ ମାନସିକ ଚିନ୍ତାର ସାମ୍ନା କରୁଛି।’
ଏହା ବହୁତ ଦୁଃଖର କଥା ଯେ ଏସବୁ ଅଭିଯୋଗ ପାଇଁ ମୋ ସହିତ କ’ଣ ବିତୁଛି, ଏହା କେହି ବୁଝି ପାରୁନାହାନ୍ତି। ଏହି ମାମଲାରେ ମୋ ସାଧାରଣ, ନିର୍ଦ୍ଦୋଶ, ମଧ୍ୟବିତ୍ତ ପରିବାରକୁ ବର୍ବାଦ୍ କରୁଛି। ମୁଁ ନିଜେ ଚାହୁଁଛି ଯେ ସତ ସାମ୍ନାକୁ ଆସୁ, ହେଲେ ମୋତେ କାହିଁକି ମୋହରା କରାଯାଉଛି। ସୁଶାନ୍ତଙ୍କ ଭଉଣୀ ନୀତୁ ବିଷୟରେ କିଏ କାହିଁକି କହୁନାହାନ୍ତି। ଯଦି ସୁଶାନ୍ତ ଅସୁସ୍ଥ ଥିଲେ, ତେବେ ସେ କାହିଁକି ତାଙ୍କୁ ଛାଡ଼ି ଚାଲିଗଲେ।
ସୁଶାନ୍ତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ରିଆ କହିଛନ୍ତି, ୪ ବର୍ଷ ଧରି ସେ ସୁଶାନ୍ତଙ୍କ ଟଚ୍ରେ ନଥିଲେ। ଅଙ୍କିତା ଏବେ ବି ସେହି ଫ୍ଲାଟ୍ ବ୍ୟବହାର କରୁଛନ୍ତି, ଯାହାର ଇଏମ୍ଆଇ ସୁଶାନ୍ତ ଦେଉଥିଲେ।
ସେହିପରି ମହେଶ ଭଟ୍ଟଙ୍କ ସହିତ ଥିବା ତାଙ୍କର ସମ୍ପର୍କକୁ ନେଇ ରିଆ ଇଣ୍ଟରଭ୍ୟୁରେ କହିଛନ୍ତି, ସୁଶାନ୍ତ ମୋତେ ଘରୁ ବାହାର କରିଦେବା ପରେ ମୁଁ ଭାଙ୍ଗି ପଡ଼ିଥିଲି। ମୋ ମନ ଭାଙ୍ଗିଗଲେ କ’ଣ ମୁଁ କାହାର ପରାମର୍ଶ ନେଇପାରିବି ନାହିଁ। ତେଣୁ ମୁଁ ମହେଶ ଭଟ୍ଟଙ୍କର ପରାମର୍ଶ ନେଇଥିଲି। ସେ ମୋର ବାପା ସମାନ। ମୋତେ ସେ ଝିଅ କହି ହିଁ ଡ଼ାକିଥା’ନ୍ତି। ହେଲେ ମୋତେ ତାଙ୍କର ଗାର୍ଲଫ୍ରେଣ୍ଡ କରିଦିଆଗଲା। ଯାହା ବହୁତ ଦୁଃଖର କଥା।
ରିଆଙ୍କ ଉପରେ ଲାଗିଥିବା ଡ୍ରଗ୍ସ କାରବାର ଅଭିଯୋଗକୁ ନେଇ ସେ କହିଛନ୍ତି, ମୋ ଉପରେ ଲଦିବା ପାଇଁ ଏବେ କେବଳ ଏହି ଅଭିଯୋଗ ହିଁ ବାକି ରହିଯାଇଥିଲା। ଗୋଟିଏ ବନ୍ଧୁକ ଆଣନ୍ତୁ, ମୋତେ ଓ ମୋ ପରିବାରକୁ ଲାଇନ୍ରେ ଛିଡ଼ା କରି ଗୁଳି ମାରିଦିଅନ୍ତୁ। ନଚେତ ଆମେ ଆତ୍ମହତ୍ୟା କରିଦେଉଛୁ। ଏଥିପାଇଁ ଦାୟୀ କିଏ ରହିବ ? ତଦନ୍ତକୁ ବାଟବଣା କରିବା ପାଇଁ ମୋ ଉପରେ ଏସବୁ ଅଭିଯୋଗ ଲଗାଯାଉଛି। ଏମିତି ଲାଞ୍ଛନା, ଅପବାଦରେ ବଞ୍ଚିବା ଅପେକ୍ଷା ଆତ୍ମହତ୍ୟା କରିଦେବା ଭଲ। ଆମ ମିଡିଲ୍ କ୍ଲାସ୍ ପରିବାରରେ ମାନସମ୍ମାନ ସବୁଠାରୁ ବଡ଼ କଥା। କିଏ କହୁଛି ଆଜି ମୁଁ ଡ୍ରଗ୍ ଡିଲର୍, କିଏ କହୁଛି ମର୍ଡରର୍ ଏବଂ ଆଉ କିଛି… ମୋ ଉପରେ ଲାଗିଥିବା ସବୁ ଅଭିଯୋଗ ମିଛ ଓ ଭିତ୍ତିହୀନ। ସମସ୍ତେ ନିଜ ନିଜର ମନଗଢ଼ା କାହାଣୀ କହିବାରେ ଲାଗିଛନ୍ତି।
ସେପଟେ ରିଆଙ୍କର ଏହି ଅଭିଯୋଗ ପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କହିଛନ୍ତି, ସୁଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଖବର ଜାଣିବା ପରେ ସେ ରାତି ଅଧିଆ ବ୍ୟବସାୟ ଓ ଛୁଆଙ୍କୁ ଛାଡ଼ି ଆମେରିକାରୁ ଚଣ୍ଡୀଗଡ଼ ଆସିଥିଲେ। ଏହି ସମୟରେ ସେ ବଡ଼ ଭଉଣୀ ଘରେ ସୁଶାନ୍ତଙ୍କୁ ଭେଟିଥିଲେ। ନ୍ୟୁଜ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ବାହାନାରେ ସୁଶାନ୍ତଙ୍କ ଛବିକୁ ରିଆ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଭଗବାନ ଆମ ସହିତ ଅଛନ୍ତି।
The post ‘ମୁଁ ଆତ୍ମହତ୍ୟା କଲେ ଦାୟୀ କିଏ ରହିବ ’ appeared first on Odisha Reporter.
from Odisha Reporter https://ift.tt/2YJ5W5P
No comments:
Post a Comment